ଚାଷୀଙ୍କ କୃଷି ଋଣ ହଡପ କରାଯାଇଥିବା ଅଭିଯୋଗ । ଠକେଇର ଶିକାର ହେଇଛନ୍ତି ୫୭ ଜଣ ଛାଷୀ ।

61

କନକ ବ୍ୟୁରୋ: ଚଞ୍ଚକତା କରାଯାଇ ଚାଷୀଙ୍କ କୃଷି ଋଣ ହଡପ କରାଯାଇଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଧର୍ମଗଡବ୍ଳକ କୀର୍କାକାନୀ ଗାଁର ୫୭ ଜଣ ଚାଷୀ ଋଣ ଟଙ୍କା ନେଇ ଠକେଇର ଶିକାର ହୋଇଛନ୍ତି । ଏନେଇ ଉପଜିଳ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି କ୍ଷତିଗ୍ରସ୍ତ ଚାଷୀ । ଧର୍ମଗଡ଼ ଥାନାରେ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁଯାୟୀ କନାଗାଁର ଦେବେନ୍ଦ୍ର ନାୟକ ଓ କୀର୍କାକାନୀ ଗାଁର ଫକୀର ମଙ୍ଗରାଜ ୨୦୨୦-୨୧ ମସିହାରେ ଧର୍ମଗଡ଼ ଷ୍ଟେଟ ବ୍ୟାଙ୍କରେ ରୁଣ କରାଇଦେବାକୁ କହିଥିଲେ । ପରେ କାଗଜପତ୍ର ନେଇ ୫୭ ଜଣଙ୍କ ନାଁରେ ରୁଣ ମଂଜୁର କରିଥିଲେ, ଆଉ ପ୍ରତି ଚାଷୀଙ୍କୁ କେବଳ ୧୦ ହଜାର ଟଙ୍କା କରି ଦେଇଥିଲେ । ଏବେ ବ୍ୟାଙ୍କରୁ ରୁଣ ପରିଶୋଧ କରିବାକୁ ଚିଠି ଆସିବା ପରେ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି ।