ପୁଞ୍ଚ୍ ଆତଙ୍କୀ ଆକ୍ରମଣ ପରେ କାଶ୍ମୀରରେ ସ୍ଥଳସେନା ମୁଖ୍ୟ । ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଜେନେରାଲ ମନୋଜ ପାଣ୍ଡେ

85

କନକ ବ୍ୟୁରୋ: ପୁଞ୍ଚ୍ ଆତଙ୍କୀ ଆକ୍ରମଣ ପରେ ସଜାଗ ସେନା ଓ ଜମ୍ମୁକଶ୍ମୀର ପୁଲିସ । ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ କାଶ୍ମୀରର କୋଣ ଅନୁକୋଣକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ସହ ରାଜ୍ୟ ବାହାରକୁ ଆସୁଥିବା ଯାନବାହନକୁ ଚେକ ପୋଷ୍ଟରେ ଚେକିଂ କରାଯାଉଛି । ସେପଟେ ସୋମବାର ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି । ଅନ୍ୟପଟେ ୪ଜଣ ସାଧାରଣ ନାଗରିକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିବାପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଏଥିିସହ ମାମଲାର ତଦନ୍ତ ପାଇଁ କୋର୍ଟ୍ ଅଫ ଇନକ୍ୱାରିର ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ସେନାର ରିପୋର୍ଟ ଅନୁସାରେ ଚଳିତବର୍ଷ ଡିସେମ୍ବର ୨୫ ତାରିଖ ସୁଦ୍ଧା ୩୧ଜଣ ଯବାନ ସହିଦ ହୋଇଛନ୍ତି ।