ସ୍ମାର୍ଟଫୋନ ଅଧିକ ବ୍ୟବହାର କରୁଛନ୍ତି କି? ସାବଧାନ! ହରାଇ ପାରନ୍ତି ଦୃଷ୍ଟିଶକ୍ତି!

244

କନକ ବ୍ୟୁରୋ: ନବମ ଶ୍ରେଣୀରେ ପାଠ ପଢନ୍ତି । ଗତ କିଛି ଦିନ ହେବ ତାଙ୍କର ଦୃଷ୍ଟିଶକ୍ତି କମିଥିବାରୁ ଏବେ ଆଖି ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଆସିଛନ୍ତି । କୋଭିଡ ପୂର୍ବରୁ ସବୁକିଛି ଠିକଠାକ ଥିଲା କିନ୍ତୁ ଅତ୍ୟଧିକ ମୋବାଇଲ ବ୍ୟବହାର କରିବାରୁ କମିଯାଇଛି ଦୃଷ୍ଟିଶକ୍ତି ଓ ଆଖିରେ ଲାଗିଛି ଚଷମା । କେବଳ ହର୍ଷିତା ନୁହଁନ୍ତି ମୋବାଇଲର ବ୍ୟବହାର ବଢିବାରୁ ତାଙ୍କ ସାଙ୍ଗସାଥୀଙ୍କର ବି ଦୃଷ୍ଟିଶକ୍ତି କମିଥିବା ସେ କହିଛନ୍ତି ।

ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର ଯୋଗୁଁ ଦୃଷ୍ଟିଶକ୍ତିି ହରାଇବା ଆଶଙ୍କା ବୃଦ୍ଧି ପାଉଛି । ହାଇଦ୍ରାବାଦର ଜଣେ ୩୦ବର୍ଷୀୟା ଯୁବତୀ ନିଜର ଦୃଷ୍ଟିଶକ୍ତି ହରାଇଥିବା ଖବର ଏବେ ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବତୀ ଜଣକ ସ୍ମାର୍ଟଫୋନ୍ ଭିଜନ ସିଣ୍ଡ୍ରୋମ ବା ଏସ୍ଭିଏସ୍ର ଶିକାର ହୋଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତିି । କେବଳ ଏହି ଯୁବତୀ ନୁହଁ ଦିନକୁ ଦିନ ସ୍ମାର୍ଟଫୋନ ବ୍ୟବହାର ବଢୁଥିବାରୁ ପିଲାଠାରୁ ବୟସ୍କଙ୍କ ଯାଏଁ ଦୃଷ୍ଟିଶକ୍ତି ହରାଉଥିବା କହିଛନ୍ତି ଚକ୍ଷୁ ରୋଗ ବିଶେଷଜ୍ଞ ।

ଆବଶ୍ୟକତା ନ ଥିଲେ ସ୍ମାର୍ଟଫୋନ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି ଚକ୍ଷୁ ରୋଗ ବିଶେଷଜ୍ଞ । ଯଦି ମୋବାଇଲ ବ୍ୟବହାର କରୁଛନ୍ତି, ତେବେ –
ସ୍ମାର୍ଟଫୋନ ବ୍ୟବହାର କରୁଥିଲେ..

୨୦-୨୦-୨୦ ଫର୍ମୁଲା ଆପଣାଇବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ
ପ୍ରତି ୨୦ ମିନିଟରେ ଛୋଟ ବ୍ରେକ ନେବା ଆବଶ୍ୟକ
ଅତିକମରେ ୨୦ ସେକେଣ୍ଡରେ ବ୍ରେକ ହେବା ଦରକାର
ପ୍ରତି ୨୦ ମିନିଟରେ ୨୦ଫୁଟ୍ ଦୂରରେ ଥିବା ଜିନିଷକୁ ଦେଖିବାକୁ ଚେଷ୍ଟା କରିବାକୁ କହିଛନ୍ତି ବିଶେଷଜ୍ଞ ।
ଏହାଦ୍ୱାରା ଆଖି ସୁସ୍ଥ ରହିବାରେ ସହାୟକ ହେବ ବୋଲି କହିଛନ୍ତି ଚକ୍ଷୁ ରୋଗ ବିଶେଷଜ୍ଞ ।