ମେସିନ ତିଆରି ଶାଢି ଅପେକ୍ଷା ଆଦୃତ ହେଉଛି ହାତବୁଣା ଶାଢି , ବିଭିନ୍ନ ଡିଜାଇନ ପାଇଁ ବଢୁଛି ଲୋକପ୍ରିୟତା

314

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ି ତିଆରି ଏବେ ଲୋକଙ୍କର ବେଶ୍ ପ୍ରସିଦ୍ଧ । ଏହି ମଙ୍ଗାରୁ ବୁଣାକାରମାନେ ଭଳିକି ଭଳି ଡିଜାଇନର ସମ୍ବଲପୁରୀ ଶାଢ଼ି ତିଆରି କରନ୍ତି । ସବୁବେଳେ କିଛି ନା କିଛି ନୂଆ ଡିଜାଇନର ଶାଢ଼ି ତିଆରି କରି ଚର୍ଚ୍ଚାକୁ ଆସିଥାଆନ୍ତି ବୁଣାକାର । ଏବେ ଜିଲ୍ଲାର ଅରିନ୍ଦ୍ର ମେହେର ନାମକ ବୁଣାକାର ପାରମ୍ପାରିକ ଡିଜାଇନର ଆମ ମଙ୍ଗାଶାଲ ଶାଢ଼ି ପ୍ରସ୍ତୁତ କରି ପୁରସ୍କୃତ ହୋଇଛନ୍ତି । ଏହି ଶାଢ଼ିରେ ସେ ନିଜ ମଙ୍ଗାଶାଲକୁ ଲୋକ ଲୋଚନକୁ ଆଣିଛନ୍ତି । ଦୀର୍ଘ ଦୁଇ ମାସ ଅକ୍ଳାନ୍ତ ପରିଶ୍ରମ କରି ତିଆରି କରିଥିବା ବେଳେ ଏଥିରେ ମଙ୍ଗାଶାଲରେ ଥିବା ସମସ୍ତ ଉପକରଣ ଚିତ୍ରିତ କରାଯାଇଛି । ଅରଟ, ସୁତା, ଶାଢ଼ି ତିଆରି କରାଯାଉଥିବା କାଠର ଉପକରଣ ମଧ୍ୟ ରହିଛି । ବଜାରରେ ଏବେ ଏହି ଶାଢ଼ିର ଚାହିଦା ବଢ଼ୁଛି ।

ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ମାନେ ସବୁବେଳେ କିଛି ନୂଆ କରିବାକୁ ପ୍ରଚେଷ୍ଟା କରିଥାଆନ୍ତି । ତେବେ ବୁଣାକାର ଅରିନ୍ଦ୍ର ମେହେର ମଙ୍ଗାଶାଳକୁ ଶାଢ଼ିରେ ଡ଼ିଜାଇନ କରିଛନ୍ତି । ଆମ ମଙ୍ଗାଶାଳ ଶାଢ଼ିରେ ଅରିନ୍ଦ୍ର ସୁତା ରଙ୍ଗ କରିବା ଠାରୁ ଆରମ୍ଭ କରି ମଙ୍ଗାରେ ବ୍ୟବହୃତ ହେଉଥିବା ସାମଗ୍ରୀକୁ ଶାଢ଼ିରେ ଅତି ସୁନ୍ଦର ଭାବେ ଦର୍ଶାଇଛନ୍ତି । ଏହି ଶାଢ଼ିର ଦାମ ବଜାରରେ ୩୦ରୁ ୪୦ ହଜାର ଟଙ୍କା ଥିବା ବେଳେ ଏହାର ବେଶ ଆର ବଢ଼ୁଛି । ଆମ ମଙ୍ଗାଶାଳ ଶାଢ଼ି ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବାରୁ ମେହେର ସମ୍ପ୍ରଦାୟର ଲୋକ ବେଶ ଖୁସି ପ୍ରକାଶ କରିଛନ୍ତି ।

ସମ୍ବଲପୁରୀ ବାନ୍ଧକଳା ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ବେଳେ ଏହି ଶାଢ଼ି ପ୍ରସ୍ତୁତ ହେଉଥିବା ଯନ୍ତ୍ରାଂଶରୁ ଶାଢ଼ି ଡିଜାଇନ କରାଯାଇଛି ।