ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ପଶିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଡିସିପିଙ୍କୁ ଏଫଆଇଆର କପି ମାଗିଲା ଇଡି ।

151

କନକ ବ୍ୟୁରୋ: ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ପଶିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କମିସନରେଟ ପୁଲିସ ପରେ ଏହି ଚର୍ଚ୍ଚିତ ମାମଲାରେ ଇଡିର ଏଣ୍ଟ୍ରି ହେବାକୁ ଯାଉଛି । ଭୁବନେଶ୍ୱର ଡିସିପିଙ୍କୁ ଅର୍ଚ୍ଚନାଙ୍କ ବିରୋଧରେ ହୋଇଥିବା ଏଫଆଇର କପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଗିଥିବା ସୂଚନା ମିଳିଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧଙ୍କ ଆର୍ଥିକ କାରବାରର ଖୋଳତାଡ କରିବ ଇଡ଼ି । ସ୍ୱାମୀ-ସ୍ତ୍ରୀଙ୍କ ଆର୍ଥିକ ନେଣଦେଣ କାରବାର କେଉଁଠିକି ଲମ୍ବିଛି , ତାର ଚେର ଖୋଜିବ ପ୍ରବର୍ତ୍ତର୍ନ ନିର୍ଦ୍ଦେଶାଳୟ । କେଉଁଠୁ ଆସିଲା ଆଲିଶାନ ବଙ୍ଗଳା? କେଉଁମାନଙ୍କୁ ବ୍ଲାକମେଲ କରି ଅର୍ଚ୍ଚନା ଟଙ୍କା କମାଉଥିେଲେ, ସେ ନେଇ ବି ଖୋଳତାଡ ହେବ ।

  • ଇଡି ଖୋଲି୍ବ ଅର୍ଚ୍ଚନା ଫାଶ!
  • ସ୍କାନରରେ ରହିବେ ସ୍ୱାମୀ-ସ୍ତ୍ରୀ!

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ନୂଆମୋଡ । ଖୁବଶୀଘ୍ର ଖୋଲିପାରେ ନାଗଫାଶର ଅସଲ ମୁଖା । କନକ ନ୍ୟୁଜକୁ ମିଳିଥିବା ସୂଚନା ଅନୁସାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ଅର୍ଚ୍ଚନା ସାମ୍ରାଜ୍ୟର ଗୁମର ଖୋଲିବ । ଇଡି ଏ ନେଇ ଭୁବନେଶ୍ୱର ଡିସିପିଙ୍କୁ ଅର୍ଚ୍ଚନା ନାଗଙ୍କ ଏଫଆଇର କପି ମାଗିଛି । ଏଫଆଇଆର କପି ଇଡିର ହସ୍ତଗତ ହେବା ପରେ ଅର୍ଚ୍ଚନା ହନିଟ୍ରାପର କଳାଚିଠା ପ୍ରସ୍ତୁତ କରିବ । ଅର୍ଚ୍ଚନାଙ୍କ ସହ ଜଡିତ ଥିବା ସ୍ୱାମୀ ଜଗବନ୍ଧୁ ବି ଏଥିରୁ ବାଦ ପଡିବେନ ,ଜଗବନ୍ଧୁଙ୍କୁ ବି ଇଡି ସ୍କାନରରେ ରଖିଥିବା ଜଣାପଡିଛି ।

  • କଣ ଖୋଜୁଛି ଇଡି?
  • ଖୋଲିବ କାହାର ମୁଖା?

ଇଡିର ଆଖି ରହିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟ ଉପରେ । ସ୍ୱାମୀ-ସ୍ତ୍ରୀଙ୍କ ଆର୍ଥିକ ନେଣଦେଣ କାରବାର କେଉଁଠିକି ଲମ୍ବିଛି , ତାର ଚେର ଖୋଜିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନଜର ପକାନ୍ତୁ କେଉଁ ସବୁ ଦିଗକୁ ନେଇ ତଦନ୍ତ କରିପାରେ ଇଡି

  • କେଉଁଠୁ ଆସିଲା ଆଲିଶାନ ବଙ୍ଗଳା?
  • କେଉଁମାନଙ୍କୁ ବ୍ଲାକମେଲ କରି ଅର୍ଚ୍ଚନା ଟଙ୍କା କମାଉଥିଲେ?
  • କେମିତି ଚଢୁଥିଲେ ବିଳାସପୂର୍ଣ୍ଣ ଗାଡି?
  • କଳାଟଙ୍କାର କ୍ଷେତ୍ର ସାଜିଥିଲା କି ଆଲିଶାନ ବଙ୍ଗଳା?
  • କେଉଁ ପ୍ରଭାବଶାଳୀଙ୍କ ଟଙ୍କାରେ ତିଆରି ହୋଇଥିଲା ଫାଇଭଷ୍ଟାର ଭଳି ଘର?
  • ଜାଗା ଓ ଘରର ମାଲିକାନା କାହା ନାଁରେ ରହିଛି?
  • ବେନାମୀ ଆକାଉଣ୍ଟରେ ହେଉଥିଲା କି ଆର୍ଥିକ ଦେଣନେଣ?
  • କେଉଁ ବଡବଡିଆଙ୍କ ପାଖରେ ଲାଗିଛି ଅର୍ଚ୍ଚନା ଟଙ୍କା?

ଇଡିର ତଦନ୍ତ ପରେ ବହୁ ପ୍ରଭାବଶାଳୀଙ୍କ ମୁଖା ଖୋଲିଯିବାର ସମ୍ଭାବନା ରହିଛି । ବର୍ତ୍ତମାନ ଏଫଆଇର କପି ପାଇବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ବଢାଇବ ବୋଲି ଜଣାପଡିଛି ।