ଅର୍ଚ୍ଚନା ମାମଲାରେ : ଇଡିରେ ହାଜର ହେଲେ ପ୍ରଯୋଜକ ତଥା ବିଲଡର ପ୍ରମୋଦ ସ୍ୱାଇଁ

179

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ତଥା ବିଲଡର ପ୍ରମୋଦ ସ୍ୱାଇଁ । ୨୦୧୬ ମସିହାରେ ପ୍ରମୋଦଙ୍କ ଘରେ ରହୁଥିଲେ ଅର୍ଚ୍ଚନା ନାଗ । ସେହିପରି ୨୦୧୮ରେ ପ୍ରମୋଦଙ୍କ ଘରେ ଭଡ଼ାରେ ରହୁଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ପ୍ରମୋଦ ସ୍ୱାଇଁଙ୍କ ଆକାଉଂଟରୁ ଅର୍ଥନୈତିକ କାରବାର ହୋଇଥିବା ସୁରାକ ପାଇଛି ଇଡି । କ’ଣ ପାଇଁ ଆର୍ଥିକ କାରବାର ହୋଇଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ ତାର ଖିଅ ଖୋଜୁଛି ।