ଚୀନରେ କରୋନାର ଭୟଙ୍କର ସ୍ଥିତି । କୋଭିଡ୍ ନିୟମ ମାନିବାକୁ ନାରାଜ୍ ଲୋକେ, ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଜନତା

159

କନକ ବ୍ୟୁରୋ : ଚୀନରେ ଦିନକୁ ଦିନ କୋଭିଡ୍ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ‘ଜିରୋ କୋଭିଡ୍ ପଲିସି’କୁ ବିରୋଧ କରି ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଚାରିଆଡେ ସୁଭୁଛି ଜିନପିଙ୍ଗ୍ ବିରୋଧୀ ନାରା । ପୋଲିସ ସହ ମଧ୍ୟ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ପ୍ରଦର୍ଶନକାରୀଙ୍କୁ ପୋଲିସ ରାସ୍ତାରୁ ଉଠାଇ ନେଉଛି । ପରିସ୍ଥିତିକୁ ଆୟତ କରିବା ପାଇଁ ଚେଷ୍ଟା କରୁଥିଲେ ବି ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି । କାରଣ ଚୀନରେ ଲୋକେ ‘ଜିରୋ କୋଭିଡ୍ ପଲିସି’ ନୀତିକୁ ମାନିବା ପାଇଁ ରାଜି ନାହାନ୍ତି । ଗୋଟିଏ ପଟେ ଚୀନ୍ ସରକାର ବଢୁଥିବା କରୋନାକୁ ରୋକିବା ପାଇଁ ଲକଡାଉନ୍, ସଟଡାଉନ୍ ଭଳି ପଦକ୍ଷେପ ଲଗାଉଥିବାବେଳେ କୋଭିଡ୍ ନିୟମ ମାନିବାକୁ ଆଉ ରାଜି ନାହାନ୍ତି ଲୋକେ ।
ତେବେ ସଂଘାଇରେ ଜୋରଦାର ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଲେ କୁହାଯାଉଛି, ସରକାରଙ୍କ ବିରୋଧରେ ବର୍ତ୍ତମାନ ଯେଉଁ ବିରୋଧର ସ୍ୱର ଉଠିଛି ତାହା ପୂର୍ବରୁ କେବେବି ଦେଖିବାକୁ ମିଳିନଥିଲା । ପ୍ରଥମଥର ପାଇଁ ଚୀନରେ ଲୋକେ ସରକାରଙ୍କ ବିରୋଧରେ ଏକାଠି ହୋଇଛନ୍ତି ।