ଅର୍ଚ୍ଚନା ନାଗ ଗିରଫ । ରିମାଣ୍ଡ ସରିବା ପରେ କୋର୍ଟରେ ହାଜର କରି ଗିରଫ କଲା ଇଡି ।

264

କନକ ବ୍ୟୁରୋ : ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ଇଡି । ୭ ଦିନିଆ ରିମାଣ୍ଡ ସରିବା ପରେ ଆଜି ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରିଥିଲା ଇଡି । ଭୁବନେଶ୍ୱର କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କଲା ଇଡି । ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି । ପିଏମଏଲଏ ଆଇନ ସେକ୍ସନ ୧୯ ବଳରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି । ଏହାସହ ଅର୍ଚ୍ଚନା ତଦନ୍ତରେ ସହଯୋଗ କରୁନଥିବା ନେଇ କୋର୍ଟଙ୍କୁ ଜଣାଇଲା ଇଡି । ଯେଉଁଥିପାଇଁ ଆଉ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡି । ଖଗେଶ୍ୱରଙ୍କ ପରେ ଏହି ମାମଲାରେ ଦ୍ୱିତୀୟ ଗିରଫଦାରୀ ହୋଇଛି ।

ଅନ୍ୟପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି । ଜଗବନ୍ଧୁଙ୍କୁ ରିମାଣ୍ଡ ପାଇଁ ଆବେଦନ କରିପାରେ ଇଡି । ଜଗବନ୍ଧୁଙ୍କ ପାଇଁ ଅଧିକ ଦିନ ରିମାଣ୍ଡ ମାଗିପାରେ ଇଡି । ଜଗବନ୍ଧୁଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି ।  ଆଉ ରିମାଣ୍ଡ ମିଳିବା ପରେ ଜଗବନ୍ଧୁଙ୍କୁ ପଚରାଉଚରା କରିବାକୁ ଇଡି ଅଫିସକୁ ନେବେ ଅଧିକାରୀ ।