IIT ଦିଲ୍ଲୀରେ ଛାତ୍ରଙ୍କ ଆତ୍ମହତ୍ୟା । ହଷ୍ଟେଲ ରୁମ ପଙ୍ଖାରେ ଝୁଲିପଡିଲେ । ବର୍ଷକରେ ୫ ଛାତ୍ରଙ୍କ ଆତ୍ମହତ୍ୟା

676

କନକ ବ୍ୟୁରୋ: ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି ଦିଲ୍ଲୀରେ ଛାତ୍ରଙ୍କ ଆତ୍ମହତ୍ୟା । ଇଞ୍ଜିନିୟରିଙ୍ଗ ଚତୁର୍ଥ ବର୍ଷ ଛାତ୍ର ଆୟୁଷ ହଷ୍ଟେଲ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡଛି । ରୁମରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବାବେଳେ ପୁଲିସ ଏହାର ତଦନ୍ତ ଚଳାଇଛି ।

ଆଇଆଇଟି ପରି ଅଗ୍ରଣୀ ସଂସ୍ଥାରେ ଛାତ୍ର ଆତ୍ମହତ୍ୟା ଘଟଣା ବାସ୍ତବରେ ଚିନ୍ତାଜନକ । ଏହା ପ୍ରଥମ ଆତ୍ମହତ୍ୟା ଘଟଣା ନୁହେଁ । ଚଳିତ ବର୍ଷ ଆଇଆଇଟିରେ ୫ଜଣ ଇଞ୍ଜିନିୟର ଛାତ୍ର ଆତ୍ମହତ୍ୟା କରିସାରିଥିବା ସୂଚନା ରହିଛି । ଫେବୃଆରୀରେ ମୁମ୍ବାଇ ଆଇଆଇଟିର ଛାତ୍ର ଦର୍ଶନ ସୋଲଙ୍କି ଆତ୍ମହତ୍ୟା କରିଥିବାବେଳେ ମାଡ୍ରାସ ଆଇଆଇଟିର ୩ଜଣ ଛାତ୍ର ଆତ୍ମହତ୍ୟା କରିସାରିଲେଣି ।