ପ୍ରେମ ଆଉ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା: ନ୍ୟାୟ ମାଗିବାରୁ ନିଧୁର୍ମ ମାଡ ମାରିଲେ ଯୁବକଙ୍କ ପରିବାର ଲୋକ

274

କନକ ବ୍ୟୁରୋ: ପ୍ରେମ ଆଉ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା । ନ୍ୟାୟ ମାଗିବାରୁ ନିଧୁର୍ମ ମାଡ ମାରିଛନ୍ତି ଯୁବକଙ୍କ ପରିବାର ଲୋକ । ଶେଷରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ଯୁବତୀ ଜଣକ । ପରିବାର ସମସ୍ୟା ଭିତରେ ସନ୍ତୁଳି ହେଉଥିଲେ ମାଲକାନଗିରି ଏମଭି-୭୨ର ଏହି ଯୁବତୀ ଜଣକ । ଅସୁସ୍ଥ ଭାଇକୁ କିଡନୀ ଦେଇ ତାର ଜୀବନ ବଂଚାଇଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । କିଛି ଦିନ ପରେ ତାର ମୃତ୍ୟୁ ହୋଇଗଲା । ଘରେ କେବଳ ଅସୁସ୍ଥ ମା’ଙ୍କୁ ନେଇ ବହୁ କଷ୍ଟରେ ପରିବାର ଚଳୁଥିବା ବେଳେ ସେହି ଗାଁର ସଂଜୀବ ପଲ୍ ଯୁବତୀଙ୍କ ସହ ଗଢିଥିଲେ ସମ୍ପର୍କ । ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ସମ୍ପର୍କ ରଖିବା ପରେ ମନ୍ଦିରରେ ବିବାହ ବି କରିଥିଲେ । ବିବାହର କିଛି ଦିନ ପରେ ସଂଜୀବ ଆଉ ଧରାଛୁଆଁ ଦେଉନାହାନ୍ତି । ଏହା ସହ ଫୋନ୍ କଲେ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । କିଛି ଦିନ ତଳେ ନିରୁପାୟ ହୋଇ ଯୁବତୀ ସଂଜୀବଙ୍କ ଘର ସାମନାରେ ଧାରଣାରେ ବସିଥିଲେ । ସଂଜୀବ ପୂର୍ବରୁ ବିବାହିତ ଥିବା ଜଣାପଡିଥିବା ବେଳେ ତାଙ୍କ ପରିବାର ଲୋକେ ଯୁବତୀଙ୍କୁ ଘରେ ପୁରାଇନଥିଲେ । ତା ସହ ତାଙ୍କ ପରିବାର ଲୋକ ତାଙ୍କୁୁ ଧୁମ୍ ପିଟିଛନ୍ତି । କୌଣସି ସ୍ଥାନରୁ ନ୍ୟାୟ ନମିଳିବାରୁ ସେ ବାଧ୍ୟ ହୋଇ ଥାନାରେ ପହଂଚି ଅଭିଯୋଗ କରିଛନ୍ତି ।