ଅର୍ଚ୍ଚନା ଲିଙ୍କରେ ଇଡିରେ ହାଜର ହେଲେ ଅମିୟ ଦାସ। ଲକ୍ଷାଧିକ ଟଙ୍କା ନେଣଦେଣ ନେଇ ପଚରାଉଚରା ଜାରି।

166

କନକ ବ୍ୟୁରୋ: ଇଡିରେ ହାଜର ହେଲେ ବ୍ୟବସାୟୀ ଅମିୟ ଦାସ । ଅର୍ଚ୍ଚନାଙ୍କ ଲକ୍ଷାଧିକ ଟଙ୍କା କାରବାର ନେଇ ଅମିୟଙ୍କୁ ପଚରାଉଚରା ଜାରିରହିଛି । ଇଡି କାର୍ଯ୍ୟାଳୟରେ ଅମିୟଙ୍କୁ ବିଭିନ୍ନ ଲିଙ୍କରେ ପଚରାଉଚରା ଜାରି ରହିଛି । ବିଭିନ୍ନ ସମୟରେ ଅମିୟ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଇଛନ୍ତି ।

ଅର୍ଚ୍ଚନା ନାଗ ଗିରଫ ମାମଲାରେ ଇଡିର ତନାଘନା ଜାରିଥିବା ବେଳେ ହାଜର ହୋଇଛନ୍ତି ବ୍ୟବସାୟୀ ଅମିୟ ଦାସ । ଅର୍ଚ୍ଚନାଙ୍କ ସହ ତାଙ୍କର ଲକ୍ଷାଧିକ ଟଙ୍କାର କାରବାର ହୋଇଛି । ସମନ ପାଇଥିବା ୧୨ଜଣଙ୍କ ମଧ୍ୟରେ ଥିଲେ ବ୍ୟବସାୟୀ ଅମିୟ ଦାସ ।