ବିଦ୍ୟୁତ୍ ନେଲା ୩ ଜୀବନ । ଯାଜପୁରରେ ବିଦ୍ୟୁତ ଆଘାତରେ ବାପା , ପୁଅ ମୃତ

461

କନକ ବ୍ୟୁରୋ: ବିଦ୍ୟୁତ୍ ଆଘାତରେ ଗଲା ୩ ଜୀବନ । ଯାଜପୁର ଓ କାମାକ୍ଷାନଗରରେ ଭିନ୍ନ ଭିନ୍ନ ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି । ଯାଜପୁର ଦାନଗଦି ଥାନା ଅନ୍ତର୍ଗତ ବେଙ୍ଗପାଟିଆ ଗାଁରେ ବିଦ୍ୟୁତ ଆଘାତରେ ବାପା , ପୁଅ ପ୍ରାଣ ହରାଇଥିବାବେଳେ ଢେଙ୍କାନାଳ କାମାକ୍ଷାନାଗରରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣକ ଫ୍ୟାନ ଲଗାଉଥିବାବେଳେ ଚାର୍ଜ ହୋଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।