ଇଡିରେ ହାଜର ହେଲେ ଅକ୍ଷୟ ପରିଜା । ପଚରାଉଚରାରୁ ସାମ୍ନାକୁ ଆସିପାରେ ଅନେକ ତଥ୍ୟ

137

କନକ ବ୍ୟୁରୋ : ଇଡିରେ ହାଜର ହେଲେ ପ୍ରଯୋଜକ ଅକ୍ଷୟ ପରିଜା । ଗତ ଶନିବାର ହାଜର ହେବା ପାଇଁ ଇଡି ନୋଟିସ୍ ପଠାଇଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ହାଜର ହୋଇନଥିଲେ ଅକ୍ଷୟ । ନିଜ ଓକିଲଙ୍କ ମାଧ୍ୟମରେ ଅଧିକ ସମୟ ମାଗିଥିବା ବେଳେ ଇଡି ମାତ୍ର ୨ ଦିନର ମହଲତ ଦେଇଥିଲା । ଆଉ ଆଜି ଇଡି ଅଫିସରେ ହାଜର ହୋଇଛନ୍ତି ଅକ୍ଷୟ ପରିଜା । ଇଡି ପକ୍ଷରୁ ତାଗିଦ କରାଯାଇଥିବା ଜଣାପଡ଼ିଛି ।
ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲା ନେଇ ଅକ୍ଷୟ ପରିଜାଙ୍କୁ ପଚରାଉଚ୍ଚରା କରାଯାଇପାରେ । କେମିତି ହନିଟ୍ରାପ୍ ହୋଇଥିଲା, କେମିତି ଟଙ୍କା ମଗାଯାଉଥିଲା ? ଟଙ୍କା ଦେଲେନି ବୋଲି ଭିଡିଓ ଭାଇରାଲ କରିଦିଆଗଲା କି? ଏହିଭଳି ତମାମ ବିସୟରେ ତଥ୍ୟ ରଖିବେ ଅକ୍ଷୟ ପରିଜା