ମୋଦୀଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ରାଜଧାନୀକୁ ନୋ ଫ୍ଲାଇିଂ ଜୋନ୍ ଘୋଷଣା ।

191

କନକ ବ୍ୟୁରୋ: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ପ୍ରଚାର ପାଇଁ ଆଜି ରାତି ସାଢ଼େ ୯ଟାରେ ଓଡ଼ିଶାରେ ପହଞ୍ଚିିବେ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାରକେଡ ରିହରସେଲ ଶେଷ ହୋଇଛି । ଗସ୍ତ ବେଳେ ରାଜଧାନୀ ନୋ ଫ୍ଲାଇିଂ ଜୋନ୍ ଘୋଷଣା ହୋଇଛି । ବ୍ଲୁ ବୁକ ଅନୁସାରେ ଏସପିଜି ସହ ଆଲୋଚନା କରାଯିବ ପରେ ବିମାନବନ୍ଦରରେ ସିଆଇଏସଏଫ ପୋଲିସ ମୁତୟନ ହୋଇଛନ୍ତି । ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ୩ ଜଣ ଡିଏସପି, ୧୦ ଏସସିପି, ୧୭ ଆଇଆଇସି, ୯୦ ଏସଆଇ ଏବଂ ଏସଆଇ ନିୟୋଜିତ । ମୋଟ୍ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଟ୍ରାଫିକ କଂଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାକୁ ବାରିକେଡ କରାଯିବ । ପୁଲିସ କମିଶନର ସଂଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ରାତି କାଟିବା ପରେ ଆସନ୍ତାକାଲି ସକାଳେ ବ୍ରହ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବେ । ଏହା ପରେ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଦ୍ବୋଧନ ଦେବେ । ଏହାର ୩ ଦିନ ପରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ କରିବା ନେଇ ସୂଚନା ମିଳିଛି ।