ଗାଁରେ ମଦ ବିକ୍ରିକୁ ନେଇ ତାତିଲେ ମହିଳା । ମଦ ବେପାରୀଙ୍କ ନାଁରେ ଦେଲେ ଏତଲା ।

71

କନକ ବ୍ୟୁରୋ: ଗାଁରେ ମଦ ବିକ୍ରିକୁ ବିରୋଧ କରି ଥାନାରେ ଏତଲା ଦେଲେ ଶତାଧିକ ମହିଳା । କୋରାପୁଟ ଜିଲ୍ଳା ବୋରିଗୁମ୍ମା ବ୍ଳକର ବଡ଼ ଦୁବୁଲି ଗାଁରେ ମହିଳାମାନେ ନାରା ବାଜି ସହ ଗାଁରେ ମଦ ବିକ୍ରୀ କରୁଥିବା ଲୋକଙ୍କ ବିରୋଧରେ ଥାନାରେ ଏତଲା ଦେଲେ ।

କୁଲି କାମ କରି ଆଣୁଥିବା ଟଙ୍କାକୁ ପୁରୁଷମାନେ ଜୋର ଜବରଦସ୍ତ ପଇସା ଛଡ଼ାଇ ମଦ ପିଇବାକୁ ନେଇଯାଉଛଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ମହିଳାମାନେ । ଗାଁରେ ପ୍ରଚର ପରିମାଣରେ ଦେଶି ମଦ ବିକ୍ରୀ ହେଉଛି । ସନ୍ଧ୍ୟା ହୋଇଗଲେ ମଦର ଆସର ଜମି ଯାଉଛି । ଯାହା ଦ୍ୱାରା ପରିବାରରେ ଗଣ୍ଡୋଗୋଳର ପରିସ୍ଥିତି ଉପୁଜୁଛି । ବହୁ ବାର ଅଭିଯୋଗ କରିବା ସତ୍ୱେ କେହି ନ ଶୁଣିବାରୁ ଶେଷରେ ଥାନାରେ ଅଭିଯୋଗ କରିଛନ୍ତି । ଯଦି ଏଥିରେ ସମସ୍ୟାର ସମାଧାନ ନହୁଏ ତେବେ ନିଜେ ଆଇନକୁ ହାତକୁ ନେବେ ବୋଲି କହିଛନ୍ତି ଗାଁ ମହିଳା ସଦସ୍ୟ ।