ଯୋରନ୍ଦା ମହିମା ଗାଦିରେ ଜବରଦଖଲ ଉଚ୍ଛେଦ। ଗାଦି ମନ୍ଦିରରେ ଉଚ୍ଛେଦକୁ ବିରୋଧ, ଉତେଜନା ରୋକିବାକୁ ୧୪୪ ଧାରା ଜାରି।

312

କନକ ବ୍ୟୁରୋ: ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରେ ୧୪୪ ଧାରା ଜାରି । ଗାଦି ମନ୍ଦିରରେ ଆଜି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ଘଟଣାସ୍ଥଳରେ ୪ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଯୋରନ୍ଦା ମହିମା ମୁଖ୍ୟ ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢା ଭିତରେ କୈାପୁନି ସମାଜ ତାଙ୍କର ବତୀ ମନ୍ଦିର , ଧୂନି ମନ୍ଦିର , ଟୁଙ୍ଗି ଘର ଆଦିକୁ ଭଙ୍ଗା ଯାଉଛି । କଡା ସୁରକ୍ଷା ବଳୟ ଭିତରେ ଏହି ଉଚ୍ଛେଦ ଚାଲିଛି । ୧୯୩୪ ମସିହାରୁ ଏଠାରେ ଜମି ବିବାଦ ଲାଗି ରହିଥିଲା । ଶେଷରେ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶରେ କରାଯାଇଥିବା ଜବରଦଖଲକୁ ଆଜି ଉଚ୍ଛେଦ କରାଯାଉଛି ।