ପାଣି ପାଇଁ ରାସ୍ତା ରୋକ୍ । ରାସ୍ତାରେ ଗରା, ବାଲଟି ରଖି ଜାତୀୟ ରାଜପଥ ଅବରୋଧ କଲେ ଆର ଉଦୟଗିରି ବ୍ଲକ ବାସିନ୍ଦା ।

40

କନକ ବ୍ୟୁରୋ: ପାଣି ପାଇଁ ପ୍ରତିବାଦ । ରାସ୍ତାରେ ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ଲୋକେ । ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ଛେଳିଗଡରେ ଗାଁରେ ପାନୀୟ ଜଳ କଷ୍ଟ ଲାଗି ରହିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶେଷରେ ସମସ୍ୟାର ସମାଧାନ ପାଇଁ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ବାରମ୍ବାର ଜିଲ୍ଲା ପ୍ରଶାସନ ପାଖରେ ସମସ୍ୟା ଜଣାଇଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ କରିଛନ୍ତି । ରାସ୍ତା ଅବରୋଧ ପରେ ପାରଳାଖେମୁଣ୍ଡିରୁ ମୋହନା ଓ ବ୍ରହ୍ମପୁରକୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।