ସଂସଦରେ ଗିରିଧର ଗମାଙ୍ଗଙ୍କ କଥା କହିଲେ ଅମିତ ଶାହା: ଗମାଙ୍ଗଙ୍କ ଗୋଟିଏ ଭୋଟ ଯୋଗୁଁ ଭାଙ୍ଗିଯାଇଥିଲା ବାଜପେୟୀ ସରକାର!

714

କନକ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକସଭାରେ ଚାଲିଛି ଆଲୋଚନା । ପ୍ରଧାନମନ୍ତ୍ରୀଙ୍କ ଶାସନ ସମୟରେ ହୋଇଥିବା ସଫଳତା ବିଷୟରେ ବକ୍ତବ୍ୟ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ସେ ପୂର୍ବରୁ ବିଜେପି ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିଷୟରେ କହିଛନ୍ତି । ୧୯୯୯ ମସିହାରେ ବାଜପେୟୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ମାତ୍ର ଖଣ୍ଡିଏ ଭୋଟରେ ବାଜପେୟୀ ସରକାର ପରାସ୍ତ ହୋଇଥିଲା । ଭୋଟଟି ଥିଲା ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କର । ଗମାଙ୍ଗ ମୁଖ୍ୟମନ୍ତ୍ରୀ ଥିଲେ ବି ସାଂସଦ ପଦରୁ ଇସ୍ତଫା ଦେଇନଥିଲେ । ତାଙ୍କ ଭୋଟ ଖଣ୍ଡିକ ଗ୍ରହଣ କରାଯିବ କି ନାହିଁ ବିତର୍କ ହୋଇଥିଲା । ବାଚସ୍ପତି ସଂସଦର ଗରିମା ରକ୍ଷା କରି ଭୋଟକୁ ବୈଧ ଘୋଷଣା କରିଥିଲେ । ଗମାଙ୍ଗ ଭୋଟ ପାଇଁ ବାଜପେୟୀଙ୍କ ସରକାର ପରାସ୍ତ ହୋଇଥିଲା ।

ଜନତା ଅଛନ୍ତି ସବୁ ଦେଖୁଛନ୍ତି, ସବୁ ଜାଣୁଛନ୍ତି । ଗୋଟିଏ ଭୋଟରେ ଆମ ସରକାର ଭାଙ୍ଗିଯାଇଥିଲା ସତ, ହେଲେ ଶେଷରେ ବହୁତ ବଡ ବହୁମତରେ ଅଟଳ ବିହାରୀ ବାଜପେୟୀ ସରକାର ଗଢିଥିଲେ । ଆମେ ସତ୍ତା ପାଇଁ ସରକାର ଗଢୁନୁ । ଆମ ସରକାର ସିଦ୍ଧାନ୍ତ ଉପରେ ଆଧାରିତ ବୋଲି ସଂସଦରେ ରହିଥିଲେ ଅମିତ ଶାହା ।