ମଣିପୁର ହିଂସା ଉପରେ ସଂସଦରେ ବିବୃତି ରଖିଲେ ଗୃହମନ୍ତ୍ରୀ ଅମିତ୍ ଶାହା । କହିଲେ, ମଣିପୁରରେ ହୋଇଛି ହିଂସାର ତାଣ୍ଡବ

86

କନକ ବ୍ୟୁରୋ : ଲୋକସଭାରେ ବିରୋଧୀଙ୍କ ଆଗତ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ଜାରି ରହିଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସରକାରଙ୍କ ପକ୍ଷରୁ ନିଜ ମତ ରଖି ବିରୋଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି । ଅମିତ ଶାହ ରାହୁଲ ଗାନ୍ଧି ନାଁ ନ ନେଇ କହିଛନ୍ତି, ଗୃହର ଜଣେ ନେତାଙ୍କୁ ୧୩ ଥର ଲଂଚ କରାଗଲା , କିନ୍ତୁ ସେ ସବୁଥର ଫେଲ ମାରିଛନ୍ତି । ଏଥିପାଇଁ ସେ ଏକ ଉଦାହରଣ ମଧ୍ୟ ଦେଇଛନ୍ତି । ମୋଦି ସରକାରଙ୍କ ସମର୍ଥନ କରି ଅମିତ ଶାହା କହିଛନ୍ତି, ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳ ପ୍ରତି କାହାର ଅବିଶ୍ୱାସ ନାହିଁ । ଜନତାଙ୍କୁ ଭ୍ରମିତ କରିବାକୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି । ଦୁଇ ଦୁଇ ଥର ଏନଡିଏ ସରକାରକୁ ଆସିଛି । କଂଗ୍ରେସକୁ ଆକ୍ରମଣ କରି ଅମିତ ଶାହା କହିଛନ୍ତି, କଂଗ୍ରେସ ଗରିବ ହଟାଅ କଥା କହୁଛି । କିନ୍ତୁ ଆଜି ଗରିବଙ୍କ ଅବସ୍ଥା ଯେମିତିକି ସେମିତି ରହିଛି । ସରକାରଙ୍କ ଉପରେ ସଂସଦ ଓ ଲୋକଙ୍କ ଭରସା ରହିଛି । ଏଥିସହ ମଣିପୁରରେ ଶାନ୍ତିପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା ।