ସର୍ବକାଳୀନ ରେକର୍ଡ କଲା ସୁନା ଦର: ୧୦ ଗ୍ରାମ ସୁନାର ଦର ଟପିଲା ୫୬ ହଜାର

1,184

କନକ ବ୍ୟୁରୋ: ବ୍ୟବସାୟୀଙ୍କ ନିର୍ଭରଯୋଗ୍ୟ ନିବେଶ ଓ ସାଧାରଣ ଲୋକଙ୍କ ପାଇଁ ମୂଲ୍ୟବାନ ଗହଣା ତିଆରି ହେଉଥିବା ସୁନା ନୂଆବର୍ଷ ଆରମ୍ଭରୁ ମହଙ୍ଗା ହୋଇଛି । ସୁନା ମୂଲ୍ୟ ସର୍ବକାଳୀନ ରେକର୍ଡ କରିଛି । ବଜାରରେ ସୁନାର ଦର ଆକାଶ ଛୁଆଁ ହୋଇଛି ।

୨୪ କ୍ୟାରେଟ ୧୦ ଗ୍ରାମ ସୁନାର ଦର- ୫୬, ୩୩୬ଟଙ୍କା
୨୨ କ୍ୟାରେଟ ୧୦ ଗ୍ରାମ ସୁନାର ଦର – ୫୧, ୪୫୦ ଟଙ୍କା

ସେପଟେ ବିଶେଷଜ୍ଞ କହୁଛନ୍ତି, ଚଳିତ ବର୍ଷ ସୁନାର ଦର ୬୪ହଜାର ଛୁଇଁପାରେ । ସାରା ବିଶ୍ୱରେ ଏବେ ଯୁଦ୍ଧ ସ୍ଥିତି ଲାଗିରହିଥିବାରୁ ଆଗକୁ ସୁନା ଦର ଆହୁରି ବଢିବା ସମ୍ଭାବନା ରହିଛି । ଏହାଛଡା ଅନ୍ତର୍ଜାତୀୟ ବଜାରରେ ସୁନାର ଚାହିଦା ମଧ୍ୟ ଦର ବୃଦ୍ଧିର କାରଣ ସାଜିପାରେ ।

ସ୍ୱାଧିନତା ପରଠୁ ସୁନା ଦରରେ ଲାଗୁନି ବ୍ରେକ
୭୫ ବର୍ଷରେ ୬୩୧ ଗୁଣା ମହଙ୍ଗା ହେଲାଣି ସୁନା

ସୁନାର ଦର ଚଳିତ ବର୍ଷ ୬୪ ହଜାର ଛୁଇଁପାରେ ବୋଲି ଆକଳନ କରିଛନ୍ତି ବଜାର ବିଶେଷଜ୍ଞ । ସ୍ୱାଧିନତା ସମୟରେ ଭାରତରେ ୧୦ ଗ୍ରାମ ସୁନାର ଦର ଶହେ ଟଙ୍କା ତଳେ ଥିଲା । ଆଜି କିନ୍ତୁ ୧୦ ଗ୍ରାମ ସୁନା ପାଇଁ ହଜାର ହଜାର ଟଙ୍କା ଗଣିବାକୁ ପଡୁଛି ।

୨୦୨୩ରେ ୬୪ ହଜାର ଛୁଇଁପାରେ ସୁନା ଦର !
୭୫ ବର୍ଷରେ ୬୦୦ ଗୁଣା ବଢ଼ିଛି ସୁନା ଦର
୧୯୪୭ରେ ୧୦ ଗ୍ରାମ ସୁନାର ଦାମ ଥିଲା ୮୯ ଟଙ୍କା
ରୂପା ଦର ବି ରେକର୍ଡ ସ୍ତରରେ ପହଞ୍ଚିଛି
୧୯୪୭ରେ କିଲୋ ପିଛା ରୂପାର ଦର ଥିଲା ୧୦୭ ଟଙ୍କା
ଏବେ ରୂପା କିଲୋ ୬୯,୦୭୪ ଟଙ୍କା ଛୁଇଁଛି

ସୁନା ଓ ରୂପାର ଦର ଏମିତି ହୋଇଛି ଯେ ସାଧାରଣ ଲୋକଟିଏ ସୁନା କିମ୍ବା ରୂପା କିଣିବାକୁ ହେଲେ ୧୦ ଥର ଚିନ୍ତା କରିବାକୁ ପଡିଛି । ସେପଟେ ବିଶେଷଜ୍ଞ କହୁଛନ୍ତି ଆସନ୍ତା ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଉପରେ ଶୁଳ୍କ ବୃଦ୍ଧି କଲେ ସୁନାର ଦର ଆହୁରି ବଢିିବା ସମ୍ଭାବନା ରହିଛି ।