ମାଲକାନଗିରି ମାଥିଲିରେ ଅଜଣା ରୋଗ ପଛରେ ମଦ: ଅତ୍ୟଧିକ ଦେଶୀ ମଦ ପିଇଥିବା ତଦନ୍ତକାରୀ ଟିମର ରିପୋର୍ଟରେ ଉଲ୍ଲେଖ

92

କନକ ବ୍ୟୁରୋ: ମାଲକାନଗିରି ମାଥିଲିରେ ଅଜଣା ରୋଗ ପଛରେ ରହିଛି ମଦ । ସିଡିଏମଓ କହିଲେ, ମୃତକଙ୍କର ଥିଲା ଗମ୍ଭୀର କିଡନୀ ସମସ୍ୟା । ଅତ୍ୟଧିକ ଦେଶୀ ମଦ ପିଇ ୪ଜଣ ପ୍ରାଣ ହରାଇଥିବା ନେଇ ସ୍ପଷ୍ଟ କରିଛନ୍ତି ମାଲକାନଗିରି ସିଡିଏମ୍ଓ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ । ଗତକାଲି ସ୍ୱାସ୍ଥ୍ୟ ବିଭାଗର ଏକ ବିଶେଷଜ୍ଞ ଦଳ ମାଥିଲି ହଳଦିକୁଣ୍ଡ ଅଂଚଳ ଗସ୍ତ କରି ଗ୍ରାମବାସୀଙ୍କ ରକ୍ତ, ଖାଦ୍ୟ ଓ ପାଣିର ନମୁନା ଯାଂଚ କରିଥିଲା ସ୍ୱାସ୍ଥ୍ୟ ବିଭାଗ । ସେହିପରି ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ୍ର ଟିମ୍ ସଂପୃକ୍ତ ଅଂଚଳ ଗସ୍ତ କରି ମଦ ନମୁନା ସଂଗ୍ରହ କରିଥିଲେ ।୮ ଦିନ ହେଲାଣି ମାଲକାନଗିରି ମାଥିଲି ଅଂଚଳରେ ଅଜଣା ରୋଗ ଆତଙ୍କ ସୃ୍ଷ୍ଟି କରିଥିବା ବେଳେ ଏଥିରେ ୧୨ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି ।