ଶେଷ ହେଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା, ନିଲାମ ହେଲା ଆଜ୍ଞା ଲଡ଼ୁ 

483

କନକ ବ୍ୟୁରୋ: ଶେଷ ହେଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା, ନିଲାମ ହେଲା ଆଜ୍ଞା ଲଡ଼ୁ । ବାଣ ରୋଷଣୀରେ ବିଦାୟ ନେଇଛନ୍ତି ବିଘ୍ନ ବିନାଶକ । ଆଉ ଏହାରି ଭିତରେ ଗଣେଶଙ୍କ ପ୍ରିୟ ଲଡ଼ୁ ନିଲାମ ଡକାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ସାମିଲ ହୋଇଥିଲେ । ଚଳିତବର୍ଷ  ୬ଜଣ ପ୍ରତିଯୋଗୀ ଏହି ନିଲାମୀରେ ଅଂଶଗ୍ରହଣ କରିଥିଲେ । କଣିହାଁର ଲାଲବାଗ ରାଜା ସବୁଠାରୁ ଅଧିକ ୮ଲକ୍ଷ ୭୦ହଜାର ଟଙ୍କାରେ ଆଜ୍ଞା ଲଡ଼ୁ ନିଲାମୀ ନେଇଛନ୍ତି  । ତାଳଚେରରେ  ଆୟୋଜିତ ପୂଜାରେ ୨୬ଟି ପୂଜା କମିଟିର  ମେଢ କ୍ରମାଗତ ଭାବେ ଭସାଣୀ କରାଯାଇଥିଲା । ପ୍ରତି କମିଟିର ମେଢକୁ ଉପସ୍ଥିତି ଅତିଥିମାନ ମୂଲ୍ୟାଙ୍କନ କରିଥିଲେ ।