ଜି- ୨୦ ସମ୍ମିଳନୀ ଉଦ୍ଦେଶ୍ୟରେ ଆକାଶବାଣୀର ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କୋଲକାତା ଆକାଶବାଣୀ ପକ୍ଷରୁ ଅନୁଷ୍ଠିତ ଡ୍ରାମା ଫେଷ୍ଟ୍ ।

105

କନକ ବ୍ୟୁରୋ: ଭାରତର ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳୀନର ଆୟୋଜନକୁ ଦୃ୍ଷ୍ଟିରେ ରଖି ସାରାଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଆୟୋଜିତ ହେଉଛି । ଏହି କ୍ରମରେ ଆକାଶବାଣୀ କେନ୍ଦ୍ରଗୁଡ଼ିକ ପକ୍ଷରୁ ଶିକ୍ଷା ଓ ମନେରଂଜନ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ଗତକାଲି ଆକାଶବାଣୀ କୋଲକତା ପକ୍ଷରୁ ଏକ ଡ୍ରାମା ଫେଷ୍ଟ ଓ କର୍ମଶାଳାର ଆୟୋଜିତ ହୋଇଛି । କୋଲକତାର ଜିଡି ବିର୍ଲ୍ଲା ସଭାଘରରେ ଜି- ଟ୍ୱେଣ୍ଟିି ନାଟ୍ୟ ନିର୍ଝର ୨୦୨୩ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମମତା ଶଙ୍କର, ପରଣ ବନ୍ଦୋପାଧ୍ୟାୟ, ଜଗନ୍ନାଥ ବାସୁ, ଉର୍ମିଲା ବାସୁଙ୍କ ଭଳି ଖ୍ୟାତାନାମା କଳାକାରମାନେ ପ୍ରଦର୍ଶନ କରିଥିଲେ । ସେହିପରି କୋଲକତା ବିଶ୍ୱବିଦ୍ୟାଳୟ, ଜବଲପୁର ବିଶ୍ୱବିଦ୍ୟାଳୟ, ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟ, ଜାଭିୟର ବିଶ୍ୱବିଦ୍ୟାଳୟ ସମେତ କଲେଜ ସ୍ତରରେ ହୋଇଥିବା କୁଇଜ୍ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଜି-୨୦ ସମ୍ମିଳନି ଅବସରରେ ଶିକ୍ଷା ଓ ମନୋରଂଜନର ପ୍ରଚାର ପ୍ରସାର ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।