ରାଫାଲ ଉଡାଇଲେ ଓଡିଆ ପୁଅ । ଏୟାର ମାର୍ସଲ ଡିକେ ପଟ୍ଟନାୟକ ରାଫାଲ ଉଡାଇଛନ୍ତି । 

301

କନକ ବ୍ୟୁରୋ : ରାଫାଲ ଉଡାଇଲେ ଓଡିଆ ପୁଅ । ପ୍ରଥମ ଓଡିଆ ଭାବେ ରାଫାଲ ଫାଇଟର ଜେଟ ଉଡାଇଛନ୍ତି ଏୟାର ମାର୍ସଲ ଡିକେ ପଟ୍ଟନାୟକ । ଇଷ୍ଟର୍ନ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ସଲ ପଟ୍ଟନାୟକ ପଶ୍ଚିମବଙ୍ଗର ହସିମାରା ଏୟାରବେସରେ ଏହାକୁ ଉଡାଇଛନ୍ତି । ରାଫାଲ ଯୁଦ୍ଧ ବିମାନ ଦେଶର ସବୁଠାରୁ ବଡ ଯୁଦ୍ଧ ବିମାନ ଯେଉଁଥିରେ ନ୍ୟୁକ୍ଲିୟର ଯୁଦ୍ଧାସ୍ତ୍ର ବହନ କରାଯାଇପାରିବା । ସୋମବାର ଏୟାର ମାର୍ସଲ ଡିକେ ପଟ୍ଟନାୟକ ରାଫାଲ ଉଡାଇଥିବା ନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।