କ୍ୱାଡ ମଞ୍ଚରେ ୪ ରାଷ୍ଟ୍ରଙ୍କ ଶକ୍ତିପ୍ରଦର୍ଶନ: ଏକାଠି ହେଲେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତ

123

କନକ ବ୍ୟୁରୋ: କ୍ୱାଡ ସମ୍ମିଳନୀରେ ଏକାଠି ହେଲେ ୪ ଶକ୍ତିଶାଳୀ ରାଷ୍ଟ୍ର । ଗୋଟିଏ ମଂଚରେ ଦେଖିବାକୁ ମିିଳିଲା ୪ ରାଷ୍ଟ୍ରଙ୍କ ଶକ୍ତି ପ୍ରଦର୍ଶନ । ଭାରତ, ଆମେରିକା,ଅଷ୍ଟ୍ରେଲିଆ ଓ ଜାପାନର ରାଷ୍ଟ୍ରନେତାଙ୍କ କ୍ୱାଡ ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗର ଅଂଚଳରେ ଶାନ୍ତି,ସମୃଦ୍ଧି, ସ୍ଥିରତା ନେଇ ସକାରାତ୍ମକ ଓ ଗଠନମୂଳକ ଏଜେଣ୍ଡା ଲାଗୁ କରିବା ନେଇ ଆଲୋଚନା କରାଯାଇଛି । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କିଭଳି ପ୍ରଗତି ହୋଇଛି ଓ ଭବିଷ୍ୟତରେ କି କି ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା କରିଛନ୍ତି ୪ ରାଷ୍ଟ୍ର ନେତା ।

ଟୋକିଓରେ ଆୟୋଜିତ ହୋଇଛି କ୍ୱାଡ ସମ୍ମିଳନୀ ୨୦୨୨ । ଯେଉଁଥିରେ ୪ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେଇଛନ୍ତି । ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନେସ କ୍ୱାଡ ସମ୍ମିଳନୀରେ ଅଂଶଗ୍ରହଣ କରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ, ଳ୍ପ ସମୟ ମଧ୍ୟରେ କ୍ୱାଡ ବିଶ୍ୱ ମଂଚରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ସେହିପରି କ୍ୱାଡ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ସମୃଦ୍ଧି ଓ ସ୍ଥିରତା ନିଶ୍ଚିତ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କ୍ୱାଡ ସମ୍ବିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଭାରତ-ପ୍ର୍ରଶାନ୍ତ ମହାସାଗରେ ଆମେରିକା ଏକ ଦୃଢ, ସ୍ଥିର ଓ ସ୍ଥାୟୀ ଅଂଶୀଦାର ଭାବେ ରହିବ । ଅନ୍ୟପଟେ ରୁଷ-ୟୁକ୍ରେନ ଯୁଦ୍ଧ କଥା ସମ୍ମୀଳନୀରେ ଉଠାଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡ଼ା ନିନ୍ଦା କରିଛନ୍ତିି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ରୁଷ-ୟୁକ୍ରେନ ଯୁଦ୍ଧ ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଭାବରେ ବର୍ଣ୍ଣନା କରି ବାଇଡେନ କହିଛନ୍ତି ଯେ ଭ୍ଲାଦିମିର ପୁଟିନ ଏକ ସଂସ୍କୃତିକୁ ନଷ୍ଟ କରୁଛନ୍ତି । ରୁଷକୁ ଚେତାବନୀ ଦେଇ ବାଇଡେନ କହିଛନ୍ତି ଯେ ଯେତେଦିନ ଯୁଦ୍ଧ ଚାଲିବ ସେତେଦିନ ୟୁକ୍ରେନକୁ ସହାୟତ କରିବ ଆମେରିକା ।

ବୈଠକରେ ଅଷ୍ଟ୍ରେଲିଆ ଓ ଜାପାନ ମଧ୍ୟ ନିଜର ମତାମତ ରଖିଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା,କଡା ନିନ୍ଦା କରିବା ସହ ତୁରନ୍ତ ଏହାକୁ ରୋକିବା ଆବଶ୍ୟକ ବୋଲି କହିଛନ୍ତି । ସେପଟେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାଜୀନ କହିଛନ୍ତି ଯେ ତାଙ୍କ ପାଇଁ ଇଣ୍ଡୋ ପ୍ୟାସିପିକ କ୍ଷେତ୍ରରେ ସୁରକ୍ଷା ଓ ଶାନ୍ତି ସବୁଠୁ ବଡ ପ୍ରାଥମିକତା ।

କ୍ୱାଡ ବୈଠକରେ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗଠୁ ନେଇ ସମୁଦ୍ରେକ୍ଷେତ୍ରରେ ଚୀନର ଦବଦବାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ଏଥିସହ ୪ ରାଷ୍ଟ୍ର ଇଣ୍ଡୋ ପ୍ୟାସିଫିକ କ୍ଷେତ୍ରରେ ଶାନ୍ତି ସ୍ଥାପନ କରିବା ପାଇଁ ଦୃଢ ସଂକଳ୍ପ ନେଇଛନ୍ତି ଅନ୍ୟପଟେ ନିବେଶ, ରଣନିତୀ, ରାଜନୀତି, ବ୍ୟାପର, ସଂସ୍କୃତି ସହଭାଗିତାକୁ ନେଇ କ୍ୱାଡ ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କାରଣ କ୍ୱାଡ ମଂଚରୁ ଇଣ୍ଡୋ ପ୍ୟାସିପିକ କ୍ଷେତ୍ରକୁ ମଜବୁତ କରିବା ପାଇଁ ଏଜେଣ୍ଡାର ପ୍ରସ୍୍ୁତ କରିଛନ୍ତି ୪ ରାଷ୍ଟ୍ର ।