ଫର୍ମ ଫିଲଅପ୍ କରିଥିଲେ ବି ମିଳିନି ଆଡମିଟ୍ କାର୍ଡ । କେମିତି ପରୀକ୍ଷା ଦେବେ ଆଶଙ୍କାରେ ମାହାଙ୍ଗା ପୁଷ୍କଗିରି କଲେଜର ଛାତ୍ରୀ ।

125

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ପରୀକ୍ଷା ଅଛି, ହେଲେ ଛାତ୍ରୀଙ୍କୁ ଆଡମିଟ କାର୍ଡ ମିଳୁନାହିଁ । ପରୀକ୍ଷା ଦେଇ ପାରିବେ ନା ନାହିଁ ତାହା ମଧ୍ୟ ଛାତ୍ରୀଙ୍କୁୁ ଜଣାନାହିଁ । ଏପରି କିଛି ଆଶା ଆଶଙ୍କାରେ ଭିତରେ ରହିଛନ୍ତି ମାହାଙ୍ଗା ପୁଷ୍ପଗିରି କଲେଜରେ ଯୁକ୍ତ ତିନି ଶେଷ ବର୍ଷରେ ପଢୁଥିବା ଛାତ୍ରୀ ରଶ୍ମୀ ରଂଜିତା । ପରୀକ୍ଷା ପାଇଁ ରଶ୍ମୀଙ୍କ ହାତରେ ଗୋଟିଏ ଦିନ ଥିବା ବେଳେ କଲେଜ କର୍ତ୍ତୃପକ୍ଷ କହିଛନ୍ତି ରଶ୍ମୀ ରଂଜିତାଙ୍କ ଆଡମିଟ କାର୍ଡ ଆସି ନାହିଁ ।

ସୂଚନା ଅନୁସାରେ ଫେବୃୟାରୀ ୧୯ ତାରିଖରେ ଫର୍ମ ଫିଲଅପ କରିଥିଲେ ରଶ୍ମୀ । ହେଲେ କେଉଁ କାରଣରୁ କଲେଜକୁ ତାଙ୍କ ଆଡମିଟ କାର୍ଡ ଆସିଲା ନାହିଁ, ସେନେଇ ମଧ୍ୟ ସନ୍ତୋଷ ଜନକ ଉତ୍ତର ଦେଇ ପାରୁ ନାହାନ୍ତି କଲେଜ କର୍ତ୍ତୃପକ୍ଷ । ତେବେ ଛାତ୍ରୀ କିପରି ପରୀକ୍ଷା ଦେଇ ପାରିବେ ସେନେଇ ଉଦ୍ୟମ କରୁଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ।