ଘୋଷଯାତ୍ରାରେ ଶୁଭିଲା ଜଗନ୍ନାଥ ଅଷ୍ଟକମ୍ । ଶରଧାବାଲିରେ ଜଗନ୍ନାଥ ଅଷ୍ଟକମ୍ ଗାଇଲେ ଅଭିଜିତ୍ ମିଶ୍ର ଓ ଜୟନ୍ତୀ ଚକ୍ରବର୍ତ୍ତୀ ।

188

କନକ ବ୍ୟୁରୋ: ପୀଢ଼ି ପରେ ପୀଢ଼ି । ଶହ ଶହ ବର୍ଷ ଧରି ଚାଲି ଆସୁଛି ଜଗନ୍ନାଥ ଅଷ୍ଟକମ୍ । ସମୟ ବଦଳିଛି କିନ୍ତୁ, ଆଦି ଶଙ୍କରାଚାର୍ଯ୍ୟ ଲେଖିଥିବା ଜଗନ୍ନାଥ ଅଷ୍ଟକମ୍ ଗାୟନର ପରମ୍ପରା ସେମିତି ଅକ୍ଷ୍ମର୍ଣ୍ଣ ରହିଛି । ଯେତେବେଳେ ପ୍ରଚାର ପ୍ରସାର ପାଇଁ ଆଜି ଭଳି ଅତ୍ୟାଧୁନିକ ବ୍ୟବସ୍ଥା ନଥିଲା, ସେତେବେଳେ ଜଗନ୍ନାଥ ଅଷ୍ଟକମ୍ ଗାୟନ କରି ଜଗନ୍ନାଥ ସଂସ୍କୃତିର ପ୍ରସାର କରୁଥିଲେ ସାଧୁସନ୍ଥ । ଆଉ ମହାପ୍ରଭୁଙ୍କ ଘୋଷଯାତ୍ରା ଅବସରରେ ଶରଧାବାଲିରେ ଜଗନ୍ନାଥ ଅଷ୍ଟକମକୁ ଗାଇଛନ୍ତି ଅଭିଜିତ୍ ମିଶ୍ର ଓ ଜୟନ୍ତୀ ଚକ୍ରବର୍ତ୍ତୀ । ଜଗନ୍ନାଥ ଅଷ୍ଟକମ୍ ଗାୟନ ବିଶେଷ ମହାତ୍ମ୍ୟ ରହିଛି । କୁହାଯାଏ ଜଗନ୍ନାଥ ଅଷ୍ଟକମ୍ ଗାନ କଲେ, ମୁକ୍ତିର ମାର୍ଗ ଫିଟିଯାଏ । ବିଷ୍ଣୁ ଲୋକକୁ ଯିବାର ଦ୍ୱାର ଫିଟିଯାଏ ବୋଲି ବିଶ୍ୱାସ ରହିଛି ।

ସେହିପରି କୁହାଯାଏ, ଡାହୁକ ଡାକିଲେ, ରଥ ଗଡ଼େ । ଯେ ପର୍ଯ୍ୟନ୍ତ ରଥ ଅଛନ୍ତି, ମହାପ୍ରଭୁଙ୍କ ଯାତ୍ରା ଅଛି, ସେ ପର୍ଯ୍ୟନ୍ତ ଡାହୁକ ଅଛନ୍ତି । ପୀଢ଼ି ପରେ ପୀଢ଼ି ସେବା କରି ଆସୁଛନ୍ତି ଡାହୁକ । ଗତକାଲି ଓ ଆଜି ଡାହୁକ ଡାକୁ ଥିଲେ । ଭକ୍ତ ରଥ ଟାଣୁଥିଲେ । ଆଉ ବଡ଼ ଦାଣ୍ଡରେ ଆଗକୁ ବଢ଼ି ଚାଲିଥିଲା । ବେତ ହଲାଇ ଡାହୁକ ଡାକିବା ହିଁ ହେଉଛି ରଥଟାଣିବାର ଇସାରା ।

ସୂଚନାଯୋଗ୍ୟ ଯେ, ଏବେ ଶରଧାବାଲିରେ ୩ ରଥ । ରଥରେ ୩ ଠାକୁରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ରଥାରୁଢ଼ ମହାପ୍ରଭୁଙ୍କୁ ଦେଖିବାକୁ ଭକ୍ତଙ୍କ ଗହଳି । ଆଜି ଦର୍ପଦଳନ, ନନ୍ଦିଘୋଷକୁ ଟାଣି ଟାଣି ଶରଧାବାଲିକୁ ଆଣିଥିଲେ ଶ୍ରଦ୍ଧାଳୁ । ଆସନ୍ତାକାଲି ରଥାରୁଢ଼ ଶ୍ରୀଜିଉଙ୍କ ହେବ ଆଡ଼ପ ବିଜେ ।