ଭିଜିଲାନ୍ସ ଜାଲରେ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ : କେନ୍ଦୁଝରର ୭ଟି ସ୍ଥାନରେ ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢାଉ

152

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ କରିଛି । କେନ୍ଦୁଝରର ୭ଟି ସ୍ଥାନରେ ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି ।

ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ଆଦେଶ ବଳରେ ୧୦ଜଣ ଡିଏସପି, ୭ ଇନସପେକ୍ଟର ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢାଉ କରାଯାଇଛି । କେନ୍ଦୁଝର ସିରିସପାଲିରେ ଥିବା ତାଙ୍କ ପୈତୃକ ଘର , ଘଷିପୁରାର ଗହ୍ମାରିଆରୁ ନେଇ ଜିଲ୍ଲାର ଅନ୍ୟ ୫ଟି ସ୍ଥାନରେ ଏହି ଚଢାଉ କରାଯାଇଛି । ଚଢାଉ ସମୟରେ ବହୁ ମୂଲ୍ୟବାନ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍ ।