ଆଦାନୀ-ହିଣ୍ଡେନବର୍ଗ ମାମଲା: ମିଡିଆ କଭରେଜ ଉପରେ ଲାଗିପାରିବ ନାହିଁ ପ୍ରତିବନ୍ଧକ।

136

କନକ ବ୍ୟୁରୋ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ମିଡିଆ କଭରେଜ ଉପରେ ଲାଗିପାରିବ ନାହିଁ ପ୍ରତିବନ୍ଧକ । ଏହି ମାମଲାରେ ରିପୋଟିଂ କରିବାରେ ଗଣମାଧ୍ୟମକୁ ବାଧାଦେବା ପାଇଁ ଆଗତ ଆବେଦନକୁ ଶୁକ୍ରବାର ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଭାରତର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୁଡ କହିଛନ୍ତି, ମିଡିଆ ଉପରେ ରୋକ ଲାଗିପାରିବ ନାହିଁ । ଏନେଇ ଆମେ ଗଣମାଧ୍ୟମକୁ କୌଣସି ଆଦେଶ ଦେଇପାରିବୁ ନାହିଁ, କେବଳ ଏହି ପ୍ରସଙ୍ଗରେ ଆମେ କେବଳ ଆମର ରାୟ ଦେବୁ ବୋଲି କହିଛନ୍ତି ପ୍ରଧାନ ବିଚାରପତି । ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କ ସହ ଜଷ୍ଟିସ ପିଏସ ନରସିଂହ ଏବଂ ଜେବି ପାରାଦ୍ୱୀୱାଲଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରୁଛି । ଓକିଲ ଏଲଏଲ ଶର୍ମାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ପିଟିସନ ଦାୟର ହୋଇଥିଲା ।

ହିଣ୍ଡେନ୍ବର୍ଗ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଆଦାନୀ ଗ୍ରୁଫ୍ ଠକେଇ ଉପରେ ଅଭିଯୋଗ ହୋଇଥିଲା । ଆବେଦନ କରିଥିବା ଓକିଲ ଏଲଏଲ ଶର୍ମା ସେବି ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ହିଣ୍ଡେନବର୍ଗ ରିସର୍ଚ୍ଚ ପ୍ରତିଷ୍ଠାତା ନାଥାନ୍ ଆଣ୍ଡରସନ ଏବଂ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଏଫଆଇଆର ଯାଞ୍ଚ ଏବଂ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ ଲୋଡିଛନ୍ତି । ଏଥିସହ ଏ ମାମଲାରେ ମିଡିଆ କଭରେଜରେ ପ୍ରତିବନ୍ଧକ ଲଗାଇବା ପାଇଁ ପିଟିସନ ଦାୟର କରିଥିଲେ ।