ଟିଭି ଅଭିନେତ୍ରୀଙ୍କ ଉପରେ ଆତଙ୍କୀ ହମଲା । ଅଭିନେତ୍ରୀ ଅମରିନ୍ ଭଟ୍ଟଙ୍କ ଉପରେ ଆଖିବୁଜା ଗୁଳିମାଡ

202

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ପୁଣିଥରେ ଟାର୍ଗେଟ କିଲିଂ । ଟିଭି ଅଭିନେତ୍ରୀ ଅମରିନ ଭଟ୍ଟ ଆତଙ୍କୀଙ୍କ ଗୁଳିର ଶିକାର ହୋଇଛନ୍ତି । ୩୫ ବର୍ଷୀୟ ଅମରିନଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନେବା ସମୟରେ ତାଙ୍କ ଦେହାନ୍ତ ହୋଇଛି । ଆତଙ୍କୀ ଆକ୍ରମଣରେ ଅମରିନଙ୍କ ୧୦ ବର୍ଷର ପୁତୁରା ବି ଆହତ ହୋଇଛି ।

ଅଭିନେତ୍ରୀଙ୍କ ଘର ବାହାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଅମରିନଙ୍କ ହତ୍ୟା ପରେ ତାଙ୍କ ଘରେ ଶୋକ ଓ ଭୟର ମାହୋଲ ଦେଖିବାକୁ ମିଳିଛି । ଅମିରନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ସେପଟେ ଏହି ଘଟଣା ପଛରେ ଲସ୍କର-ଇ-ତୋଇବାର ଆତଙ୍କୀଙ୍କ ହାତ ଥିବା କୁହାଯାଉଛି ।

ବୁଧବାର ରାତିରେ ଅମରିନ ନିଜ ଘର ବାହାରେ ୧୦ ବର୍ଷର ପୁତୁରା ସହ ଛିଡା ହୋଇଥିଲେ । ହଠାତ୍ ତାଙ୍କ ଉପରେ ଆଖୁବୁଜା ଗୁଳି ମାଡ ହୋଇଥିଲା । ଆତଙ୍କୀ ମାନେ ଗୁଳି ଚଳାଇ ସେହି ସ୍ଥାନରୁ ଫେରାର ହୋଇ ଯାଇଥିଲେ । ତେବେ ଘଟଣା ପରେ ଅମରିନଙ୍କୁ ଡାକ୍ତରଖାନା ନେବାବେଳେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।