ସାରଥୀ ବାବା ସହ ମୋତେ ତୁଳନା କରାଗଲା, ହେଲେ ସତ୍ୟର ଜୟ ହେଲା : ପପୁ ପମପମ୍

206

କନକ ବ୍ୟୁରୋ : ଅଭିନେତା ପପୁ ପମପମଙ୍କୁ କ୍ଲିନଚିଟ୍ । ବହୁଚର୍ଚ୍ଚିତ କାଷ୍ଟିଂ କାଉଚ ମାମଲାରେ ନିର୍ଦ୍ଦୋଷ୍ ପ୍ରମାଣିତ ହୋଇଛନ୍ତି ପପୁ । ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ତାଙ୍କୁ ଦୋଷମୁକ୍ତ କରାଯାଇଛି । ନିର୍ଦ୍ଦୋଶ ପରେ ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ୍ । କହିଛନ୍ତି ଛୋଟ କଥାକୁ ମିଡିଆରେ ବଡ କରି ଦେଖାଯାଇଥିଲା । ଅଭିଯୋଗ ପରେ ସେ କିଛି ଭୁଲ ନକରି ୪୩ ଦିନ ଜେଲରେ ରହିଥିଲେ । ମିଡିଆରେ ବସି ଅନେକ ଲୋକ ଅନେକ କଥା କହିବା ସହ ତାଙ୍କ ଚରିତ୍ର ସଂହାର କରିଥିଲେ ।

ନାବାଳିକା ତାଙ୍କ ନାଁରେ ସିଧା ଅଭିଯୋଗ କରିନାହାନ୍ତି । ବରଂ ନାବାଳିକାଙ୍କଠାରୁ ସାଧା କାଗଜରେ ଦସ୍ତଖତ ନିଆଯାଇଥିଲା । ଏବେ ସେହି ସବୁ କଥାକୁ ନାବାଳିକା ନିଜେ କହିଛନ୍ତି । ଜେଲରେ ଥିବା ବେଳେ ଅନେକ ମନଗଡ଼ା କଥା ଶୁଣିଥିବା ସେ କହିଛନ୍ତି । ଚାପ ଯୋଗୁଁ ତାଙ୍କୁ ଜେଲରୁ ଛଡ଼ାଯାଇନଥିଲା । ସେହିପରି ସେ କହିଛନ୍ତି ଯେଉଁଦିନ ନୋଟିସ କରାଗଲା ସେହିଦିନ ତାଙ୍କୁ ଗିରଫ କରାଯାଇଥିଲା । ୬ ବର୍ଷ ପରେ ସତ କ’ଣ ସାମ୍ନାକୁ ଆସିଲା ବୋଲି କହିଛନ୍ତି ପପୁ । ୨୦୧୬ରେ ହୋଇଥିବା ଅଭିଯୋଗକୁ ୬ ମାସ ତଳେ ଖଣ୍ଡନ କରିଥିଲେ ନାବାଳିକା । ବଦନାମ୍ କଲେ ହେଲେ ସତ୍ୟର ଜୟ ହେଲା । ମୁଁ ଦୋଷୀ ନୁହେଁ , ମୁଁ ସୁନା ମୁଣ୍ଡା ବୋଲି କହିଛନ୍ତି ପପୁ ପମପମ୍ ।