ହାତୀ କଙ୍କାଳ ପରୀକ୍ଷଣ ପାଇଁ ଆମେରିକାରୁ ଆସିଲା କିଟ୍ : ଲିଙ୍ଗ ନିରୂପଣ ସହ ବୟସ ଏବଂ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ

96

କନକ ବ୍ୟୁରୋ : ହାତୀ କଙ୍କାଳ ପରୀକ୍ଷଣ ପାଇଁ ଆମେରିକାରୁ ଆସିଲା କିଟ୍ । ଏହି କିଟ୍ ସାହାଯ୍ୟରେ ହାତୀ କଙ୍କାଳରୁ ଡିଏନଏ କଢାଯାଇପାରିବ । ସେଥିରୁ ମଲିକୁଲାର ଲେବୁଲ ଜଣାପଡ଼ିବ । ଏହା ସହ ଜବତ କଙ୍କାଳରୁ ହାତୀର ଲିଙ୍ଗ ନିରୂପଣ କରାଯାଇପାରିବ । ପ୍ରଥମ ଥର ପାଇଁ ଓୟୁଏଟିରେ ଏଭଳି ପରୀକ୍ଷଣ କରାଯାଉଛି ।

କିଟ୍  ମିଳିବା ପରେ ପରୀକ୍ଷଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କଙ୍କାଳରେ ରକ୍ତ, ଚର୍ମ କିଛି ଲାଗି ନଥିବାରୁ ମୃତ୍ୟୁର କାରଣ, ବୟସ ଓ ଲିଙ୍ଗ ନିରୂପଣ କରିବାରେ କଷ୍ଟ ହେଉଛି । ବର୍ତମାନ ଓୟୁଏଟିରେ ଆଠଗଡ, ସାତକୋଶିଆ ଓ ସମ୍ବଲପୁର ଫରେଷ୍ଟ ଡିଭିଜନର ୭ଟି ହାତୀ କଙ୍କାଳ ପରୀକ୍ଷା ଚାଲିଛି । ଏନେଇ ସୂଚନା ଦେଇଛନ୍ତି ଓୟୁଏଟି ବନ୍ୟପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଂଯୋଜକ ଡାକ୍ତର ନିରଞ୍ଜନ ସାହୁ ।