୨୦୨୪ରେ ପୁଣି ଆସିବ ମୋଦୀ ସରକାର । ଲୋକସଭା ନିର୍ବାଚନରେ ୨୯୫ରୁ ୩୫୫ ଆସନ ପାଇବ ଏନଡିଏ, ୧୬୫ରୁ ୨୦୫ ଆସନରେ ରହିବ ଇଣ୍ଡିଆ ମେଣ୍ଟ

267

କନକ ବ୍ୟୁରୋ : ୨୦୨୪ରେ ପୁଣି ଆସିବ ମୋଦୀ ସରକାର । ଘରୋଇ ନ୍ୟୁଜ ଚ୍ୟାନେଲ ସଂସ୍ଥା ଏବିପି ପକ୍ଷରୁ କରାଯାଇଥିବା ସର୍ଭେରେ ପୁଣି ଥରେ ମୋଦୀ ସରକାର ଆସିବ ବୋଲି କୁହାଯାଇଛି । ବିରୋଧୀ ଦଳମାନେ ବିହାର, ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନାରେ ଭଲ ପଦର୍ଶନ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସର୍ଭେ ମୁତବାକ, ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ନେତୃତାଧୀନ ଏନଡିଏ ୨୯୫ରୁ ୩୩୫ ସିଟ୍ ପାଇବ । ସେହିଭଳି ବିରୋଧୀ ଇଣ୍ଡିଆ ମେଂଟ ୧୬୫ରୁ ୨୦୫ ଆସନରେ ବିଜୟୀ ହେବ । ଦକ୍ଷିଣ ଭାରତ ସହ ବିହାର,ପଞ୍ଜାବ, ମହାରାଷ୍ଟ୍ରରେ ଭଲ ପଦର୍ଶନ କରିବ ମେଂଟ । ୨୦୨୪ରେ ମୋଦୀ ସରକାର ଆସୁଥିଲେ ବି ଦକ୍ଷିଣ ଭାରତ ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଟେଲିଫୋନ ଜରିଆରେ ୫୪୩ ଲୋକସଭା ଆସନକୁୁ ଏହି ସର୍ଭେ କରାଯାଇଥିôଲା । ସେଥିରେ ୧୮ ବର୍ଷରୁ ଅଧିକ ବୟସ୍କ ୧୩ ହଜାର ୧୧୫ ଜଣ ନିଜର ମତ ପ୍ରକାଶ କରିଥିଲେ । ପୂର୍ବ ଭାରତରୁ ୮୦ରୁ ୯୦ ଆସନ, ଉତର ଭାରତରୁ ୧୫୦ରୁ ୧୬୦ ଆସନ, ପଶ୍ଚିମ ଭାରତରୁ ୪୫ରୁ ୫୫, ଦକ୍ଷିଣ ଭାରତରୁ ୨୦-୩୦ ଆସନ ବିଜେପିକୁ ଆସିବ ବୋଲି ସର୍ଭେରେ କୁହାଯାଇଛି । ସେହିପରି ଇଣ୍ଡିଆ ମେଂଟ ପୂର୍ବ ଭାରତରୁ ୫୦ରୁ ୬୦ ଆସନ, ଉତରରୁ ୨୦-୩୦, ପଶ୍ଚିମରୁ ୨୫-୩୫ ଆସିବ ବୋଲି ସର୍ଭେରୁ ପ୍ରକାଶ ପାଇଛି । ବିଜେପି ଶାସିତ ରାଜ୍ୟ ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରୁ ବିଜେପି ଭଲ ଭୋଟ ପାଇବ ବୋଲି କୁହାଯାଇଛି ।