ମାନବ ସମନ୍ୱୟ ଉପଯୋଗ, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କର୍ମଚାରୀଙ୍କ ଯୋଗଦାନ

118

କନକ ବ୍ୟୁରୋ : ଏକ ସମୟରେ ଯେତେବେଳେ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ଅଭିବୃଦ୍ଧି ଚାକରି ହରାଇବା ର କାରଣ ପାଲଟିଛି । ସେହି ସମୟରେ ସିଏସଏମ୍ ଟେକ୍ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) – ମାନବ ସମନ୍ୱୟକୁ ପ୍ରାଥମିକତା ପ୍ରଦାନ କରିଛି, ଏହା ସହିତ ମାନବ ସମ୍ବଳ ସହ ସମନ୍ୱୟ ଏବଂ ସମର୍ଥନ ଦେବା ପାଇଁ ମେଧା – କେ ସିଏସଏମ୍ ଟେକ୍ ରେ ଯୋଗ ଦେଇଛି, ଯାହାକି କମ୍ପାନୀର ପ୍ରଥମ ଅଣ-ମାନବ କର୍ମଚାରୀ ।

ମାନବ କର୍ମଚାରୀ ସହିତ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ଏକିକୃତ କରିବାର କାରଣ ହେଉଛି ସିଏସଏମ୍ ଟେକ ଦର୍ଶାଇବାକୁ ଚାହେଁ ଯେ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ମାନବ ସମ୍ବଳର ବିକଳ୍ପ ନୁହେଁ, ବରଂ କାର୍ୟ୍ୟକ୍ଷେତ୍ରରେ ଏହାର ଉପଯୋଗ ମାନବ ସମ୍ବଳକୁ ନିଶ୍ଚିତ ଭାବେ ସମର୍ଥନ ପ୍ରଦାନ କରିବ । ମେଧା କେ ପରି କୃତିମ ବୁଦ୍ଧି ମାନବ ସମ୍ବଳକୁ କାର୍ୟକ୍ଷେତ୍ରରେ ଉତ୍ସାହିତ କରିବ ଏବଂ ଏହା ପରସ୍ପରର ସାମର୍ଥ୍ୟ ବୃଦ୍ଧି କରିବା ସହିତ ଉଭୟଙ୍କ କାର୍ୟ୍ୟ ସଂପନ୍ନ କରିପାରିବ ।

ମେଧା କେ ହେଉଛି ଏକ ଜ୍ଞାନ ସହାୟକ ସାଧନ ଯାହାକି ଚାଟ୍ ଜିପିଟି ସହ ଏକୀକୃତ ହୋଇ ସିଏସ୍ଏମ୍ର ଆଭ୍ୟନ୍ତରୀଣ କର୍ମଚାରୀମାନଙ୍କୁ ସାହାଯ୍ୟ କାରିବ । କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ହେଉଛି ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଚାଟବଟ୍ ଭାବେ ଜଣା, ଆପଣ ପ୍ରଦାନ କରୁଥିବା ପ୍ରମ୍ପଟ ବା କି ଓାର୍ଡ କୁ ଆଧାର କରି ଏହା ପାଠ ବୁଝିପାରେ ଏବଂ ଲେଖା ସୃଷ୍ଟି କରିପାରେ    । ମେଧା କେ ହେଉଛି ମାନବ- ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯିଏ ଭାଷା ପ୍ରତିକୃତୀକୁ ସୁକ୍ଷ୍ମ ଭାବରେ ସଜାଇ ପାରିବ, ମାନବଙ୍କ ମତାମତକୁ ଅନ୍ତର୍ଭୁକ୍ତ କରିପାରିବ ଏବଂ ସମସ୍ତଙ୍କ ପାଇଁ ନିରବିହୀନ ଅଭିଜ୍ଞତାକୁ ନିଶ୍ଚିତ କରିବାକୁ ସବୁଠାରୁ ପ୍ରଭାବଶାଳୀ ଶିକ୍ଷଣ ପ୍ରଣାଳୀଗୁଡିକ ନିୟୋଜିତ କରିପାରିବ ।

ସିଏସଏମ୍ ଟେକ୍ ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରିୟଦର୍ଶୀ ନାନୁ ପାଣି କୁହନ୍ତି, ଆଗାମୀ ଭବିଷ୍ୟତ ହେଉଛି ସହଯୋଗୀ ବୁଦ୍ଧିର, ଯେଉଁଠାରେ ମଣିଷ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପରସ୍ପରର ଶକ୍ତି କୁ ସଂପନ୍ନ ଏବଂ ଜ୍ଞାନ ବୃଦ୍ଧି କରିବା ପାଇଁ ଏକତ୍ର କାମ କରିବେ । ଆମର ମେଧା କେ ଚାଟବକ୍ସ ସାଧନ ହେଉଛି ଏକ ସାକ୍ଷ୍ୟ ଯାହାକି ମାନବ – କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ସମନ୍ୱୟର ସମସ୍ତ ସମ୍ଭାବନାର ଏକ ନୂତନ ଅଧ୍ୟାୟ ଖୋଲିପାରିବ । ଉତ୍ପାଦ କେନ୍ଦ୍ରିକ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ବେଶ୍ ବିକାଶଶୀଳ ହୋଇଥାଏ ଏବଂ ସମାଧାନର ମାର୍ଗ ପ୍ରଦାନ କରିଥାଏ । ଆମେ ସର୍ବଦା ସୁଯୋଗକୁ ଉପଯୋଗ କରିବା ପାଇଁ ତଥା ସମାଧାନର ବିକାଶ କରିବା ପାଇଁ ସର୍ବଦା ଆଗ୍ରହୀ ଅଟୁ ।

ମେଧା କେ ହେଉଛି ଏକ ଉତ୍ତମ ପାଠ୍ୟ –ଉତ୍ପାଦକ ସାଧନ ଯାହା ସିଏସ୍ଏମ୍ ନୀତି ବିଷୟବସ୍ତୁ ସହିତ ଜଡିତ ଏବଂ ସଂସ୍ଥାର ଜଟିଳ କାର୍ୟ୍ୟକଳାପକୁ ମଧ୍ୟ ବୁଝିପାରିବ । ଆହୁରିମଧ୍ୟ ଏହା ବ୍ୟକ୍ତିବିଶେଷଙ୍କୁ ଚିହ୍ନିବା ପାଇଁ ଏହା କର୍ମଚାରୀଙ୍କ ଡାଟାବେସ ସହିତ ଏକୀଭୂତ ହୋଇଛି ଏବଂ କର୍ମଚାରୀଙ୍କ ଉପସ୍ଥାନ, ଛୁଟି, ତାଲିମ, ଭ୍ରମଣ ଆଦି ଭଳି ଅତିରିକ୍ତ ତଥ୍ୟ ଏକିକୃତ କରିପାରିବ । ଭବିଷ୍ୟତରେ, ବିକ୍ରୟ ଏବଂ ବ୍ୟାପାର ଭଳି କମ୍ପାନୀର ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ପାଇଁ ମେଧା କେ ଏକ ଉପଯୋଗୀ ସାଧନ ହୋଇପାରିବ । ଆଗାମୀଦିନ ମାନଙ୍କରେ ପ୍ରତିଛବି, ପାଠ୍ୟ ବିନ୍ୟାଶ ଏବଂ ଭିଡିଓ ପ୍ରକ୍ରିୟାକରଣ ଭଳି ଉନ୍ନତ କାର୍ୟ୍ୟକଳାପ ଏହି ସାଧନ ମାଧ୍ୟମରେ କରାଯାଇପାରିବ । ଏହି ସବୁ ସାମର୍ଥ୍ୟ ମେଧା କେ କୁ ଅମୂଲ୍ୟ ସହାୟତା ପ୍ରଦାନ କରିବାରେ ସଶକ୍ତ କରେ ।

ମେଧା କେ ହେଉଛି ବୁଦ୍ଧି ର ଏକ ଚମକ୍ରାର ପରିକଳ୍ପନା, ଯାହାକି ଯେ କୌଣସି ସାଙ୍ଗଠନିକ ସ୍ଥିତିରେ ଏକ ବହୁମୂଲ୍ୟ ସମ୍ପତ୍ତି ଭାବେ ପରିଗଣିତ ହେବ । ମାନବ ଚିନ୍ତାଧାରାକୁ ଅନୁକରଣ କରିବାର ଏହାର ଉଲ୍ଲେଖନୀୟ କ୍ଷମତା ରହିବା ସହିତ, ମେଧା କେ ତଥ୍ୟ ବିଶ୍ଳେଷଣ କରିପାରେ ଏବଂ ଅନ୍ତର୍ନିହିତ ତଥ୍ୟ ବାହର କରିପାରେ ଯାହା ହାତରେ ଥିବା କାର୍ୟ୍ୟ ପାଇଁ ନିର୍ଦ୍ଦିଷ୍ଟ ଧାରାକୁ ସର୍ବୋତ୍ତମ କରିଥାଏ । ମାନବ କର୍ମଚାରୀଙ୍କ ଭଳି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କେବେ ବି ଶାରୀରିକ ଭାବେ କ୍ଲାନ୍ତ ହୁଏ ନାହିଁ, ତେଣୁ ଯେ ପର୍ୟ୍ୟନ୍ତ ଆପଣ ଚାହିଁବେ ଏହା ଆପଣଙ୍କୁ ସୂଚନା ପ୍ରକ୍ରିୟାକରଣ ଏବଂ ବିଷୟବସ୍ତୁ ସମ୍ବନ୍ଧୀୟ ପ୍ରତିକ୍ରିୟା ପ୍ରଦାନ କରିପାରିବ ।

ଏହି ଜ୍ଞାନ ସହାୟକ ପୁନରାବୃତ୍ତି ଏବଂ ସାଂପ୍ରତିକ କାର୍ୟ୍ୟଗୁଡିକୁ କରିବା ପାଇଁ ସର୍ବୋତ୍ତମ । ପ୍ରାଥମିକ ପ୍ରଶ୍ନଗୁଡିକର ସଠିକ୍ ପ୍ରତିକ୍ରିୟା ସହିତ, ଏହି କୃତିମ ବୁଦ୍ଧି ସାଧନ ଗ୍ରାହକଙ୍କ ଅଭିଜ୍ଞତାକୁ ବୃଦ୍ଧି କରାଇଥାଏ । ଏପରିକି ମାନବ ସମ୍ବଳ ର ବିନା ହସ୍ତକ୍ଷେପରେ ମେଧା କେ ଭାଷାର ପ୍ରତିକୃତି ବା ମଡେଲ୍ ବ୍ୟବହାର କରି ଗ୍ରାହକଙ୍କ ପ୍ରଶ୍ନର ସଠିକ୍ ଉତ୍ତର ପ୍ରଦାନ କରିପାରିବ ।

ଭବିଷ୍ୟତରେ କୃତିମ ବୁଦ୍ଧି ଏବଂ ମାନବ ସମ୍ବଳ ସମନ୍ୱୟରେ ସିଏସଏମ୍ ଟେକ୍ ମେଧା କେ କୁ ନୂତନ ବୈଶିଷ୍ଟ୍ୟ ସହିତ ଭଏସ୍ ଓଭର୍ (ସ୍ୱର ମାଧ୍ୟମ) ପ୍ରୟୋଗ କରି ଏହାକୁ ନବୀକରଣ କରିବାକୁ ଯୋଜନା କରିଛି ଯେଉଁଠାରେ ଯେକୌଣସି ଉପଭୋକ୍ତା କୌଣସି ପାଠ ନ ଲେଖି ଯାହା ଚାହିଁବେ ତାହା କଥା କହି ବା ସ୍ୱର ମାଧ୍ୟମ ବ୍ୟବହାରକରି ଖୋଜି ପାରିବେ । ଏହି ସାଧନରେ ଅଧିକ ତଥ୍ୟ ପ୍ରଦାନ କରି ବା ଚାଟବଟକୁ ଉଚ୍ଚ-ପ୍ରଶିକ୍ଷକ ପ୍ରଦାନ କରି ସନ୍ଧାନ କାର୍ୟ୍ୟକାରିତା ମଧ୍ୟ ଉନ୍ନତ କରାଯାଇପାରିବ ।

ଫୋର୍ବସ୍ ଦ୍ୱାରା କରାଯାଇଥିବା ୧୫୦୦ କମ୍ପାନୀ ଉପରେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଯେତେବେ ମଣିଷ ଏବଂ ସାଧନ ବା ଯନ୍ତ୍ର ସମନ୍ୱିତ ହୋଇ ଏକତ୍ରିତ ହୋଇ କାମକରନ୍ତି ସେତବେଳେ ସଂସ୍ଥା ଗୁଡିକର କାର୍ୟ୍ୟଦକ୍ଷତାରେ ବିଶେଷ ଭାବରେ ଉନ୍ନତି ପରିଲିଖିତ ହୋଇଥାଏ । ମେଧା କେ ପରି କୃତିମ ବୁଦ୍ଧି ମାନବ ସମ୍ବଳକୁ କାର୍ୟକ୍ଷେତ୍ରରେ ଉତ୍ସାହିତ କରେ ଏବଂ ଏହା ପରସ୍ପରର ସାମର୍ଥ୍ୟ ବୃଦ୍ଧି କରିବା ସହିତ ଉଭୟଙ୍କ କାର୍ୟ୍ୟ ସଂପନ୍ନ କରିଥାଏ ।

ଭୂବନେଶ୍ୱର ଅବସ୍ଥିତ ଆଇଟି ପରାମର୍ଶଦାତା କମ୍ପାନୀ, ସିଏସଏମ ଟେକନୋଲୋଜି ଏହାର ଦୀର୍ଘ ୨୫ ବର୍ଷର କାର୍ୟ୍ୟକାଳରେ ଟେକ୍ନୋଲୋଜି ଉକ୍ତର୍ଷତ୍ତା ଏବଂ ସମାଧାନ ପରିକଳ୍ପନା ରେ ନିଜକୁ ପ୍ରମାଣିତ କରିପାରିଛି । ସିଏସଏମ ଟେକ୍ ପ୍ରଥମେ ଗଭ୍ ଟେକ୍ ପ୍ରଦାନକାରୀ ଭାବରେ ଓଡିଶାରେ ଏହାର ଏକ ପରିଚୟ ଅର୍ଜନ କରିଥିଲା ଏବଂ ବର୍ତ୍ତମାନ ଏକ ଉତ୍ପାଦ-କେନ୍ଦ୍ରିକ କମ୍ପାନୀ ଭାବରେ ପରିପକ୍ୱ ହୋଇଛି । କମ୍ପାନୀ ଏକ ଡୋମେନ୍ – ଏଗ୍ନୋଷ୍ଟିକ ଅଫର ଷ୍ଟାକ୍ ନିର୍ମାଣ କରିଛି ଯାହାକି ଇଣ୍ଟିଗ୍ରେଟୋର (ମାଇନିଂ ), ଟର୍କ (ଟୁରିଜିମ୍) ଏବଂ ଏଗ୍ରିଗେଟ୍ (କୃଷି) ଦ୍ୱାରା ଜନବହୁଳ ଏହିପରି ଅଭିନବ ଅଫର୍ ସହିତ ସିଏସଏମ୍ ଟେକ୍ ଉଦ୍ୟୋଗଗୁଡିକ ସେମାନଙ୍କର ଡିଜିଟାଲ୍ ରୂପାନ୍ତର ଯାତ୍ରାକୁ ତ୍ୱାରାନ୍ୱିତ କରିବାରେ ସାହାଯ୍ୟ କରୁଛି ।