ଡ଼ାକ୍ତରଙ୍କ ବିରୋଧରେ ଯୁବତୀଙ୍କ ଅସଦାଚରଣ ଅଭିଯୋଗ। ନବରଙ୍ଗପୁର ଥାନାରେ ଅଭିଯୋଗ କଲେ ଯୁବତୀ।

153

କନକ ବ୍ୟୁରୋ: ଡ଼ାକ୍ତରଙ୍କ ବିରୋଧରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ନବରଙ୍ଗପୁର ଥାନାରେ ଅଭିଯୋଗ କଲେ ଯୁବତୀ । ଅଭିଯୋଗ ଅନୁସାରେ ଡ଼ାବୁଗାଁ ଥାନା ଅଞ୍ଚଳର ଜଣେ ଯୁବତୀ ତାଙ୍କ ଦାନ୍ତ ଚିକିତ୍ସା କରାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସମ୍ବିତ କୁମାର ସାଡ଼ବ୍ୱାଲଙ୍କ ପାଖକୁ ଯାଇଥିଲେ । ସେ ସମୟରେ ଡ଼ାକ୍ତରଙ୍କ କକ୍ଷରେ କେହି ନଥିବାର ସୁଯୋଗ ନେଇ ଚିକିତ୍ସା ପାଇଁ ଯାଇଥିବା ଯୁବତୀଙ୍କୁ ଡାକ୍ତର ସମ୍ବିତ ଅସଦାଚରଣ କରିଥଲେ । ଯୁବତୀ ଜଣକ ଘରକୁ ଫେରି ତାଙ୍କ ବାପାଙ୍କୁ ସବୁ କଥା କହିବା ପରେ ନବରଙ୍ଗପୁର ଥାନାରେ ଡ଼ାକ୍ତରଙ୍କ ବିରୋଧରେ ଏତଲା ଦେଇଛନ୍ତି ଯୁବତୀ ।

ଯୁବତୀଙ୍କ ଏତଲାକୁ ଆଧାର କରି ନବରଙ୍ଗପୁର ପୋଲିସ ପିଡିତାଙ୍କ ୧୬୪ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରାଇଛି । ସମାଜସେବୀ କାଦମ୍ବିନୀ ତ୍ରିପାଠୀ ଏହି ଘଟଣାରେ ହସ୍ତକ୍ଷେପ କରି ୭ ଦିନ ମଧ୍ୟରେ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ପିଡିତାଙ୍କ ବାପା ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।