ବାନ୍ଧକଳାରେ କାରିଗରଙ୍କ ଚମତ୍କାରିତା: ରାଜାରାଜୁଡ଼ା ଅମଳରୁ ଖେଳାଯାଉଥିବା ପାରମ୍ପାରିକ ଗଂଜପା ଖେଳକୁ ଶାଢ଼ୀରେ ପ୍ରଦର୍ଶନ କରିଛନ୍ତି ବୁଣାକାର

70

କନକ ବ୍ୟୁରୋ: ବାନ୍ଧକଳାରେ କାରିଗରଙ୍କ ଚମତ୍କାରିତା । ସୁବର୍ଣ୍ଣପୁରର ରାଜାରାଜୁଡ଼ା ଅମଳରୁ ଖେଳାଯାଉଥିବା ଏକ ପାରମ୍ପାରିକ ଖେଳକୁ ବାନ୍ଧକଳା ମାଧ୍ୟମରେ ଶାଢ଼ୀ ପ୍ରସ୍ତୁତ କରିଛନ୍ତି ବୁଣାକାର ପ୍ରହଲ୍ଲାଦ ମେହେର ।  ଧିରେ ଧିରେ ଏହି ଖେଳ ଲୋପ ପାଇଯାଉଥିବା ବେଳେ ଏହାକୁ ଶାଢ଼ୀରେ ପ୍ରଦର୍ଶିତ କରିଛନ୍ତି ବୁଣାକାର । ଏହି ଗଂଜପା ଶାଢ଼ୀ ଏବେ ଦେଶ ବିଦେଶରେ ଖୁବ୍ ଆଦର ପାଇଥିବା ବେଳେ ଶାଢ଼ୀଟି ଜାତୀୟ ସ୍ତରରେ ପୁରସ୍କାର ପାଇଛି ।

ରାଜାରାଜୁଡ଼ା ଅମଳରୁ ଖେଳା ଯାଉଥିବା ଏହି ଖେଳକୁ ପାଟସୁତାରେ ଅତି ସୁନ୍ଦର ଭାବରେ ବୁଣିଛନ୍ତି ବୁଣାକାର ପ୍ରହଲ୍ଲାଦ ମେହେର । ଏହି ଶାଢ଼ୀ ବୁଣିବାକୁ ତାଙ୍କୁ ୨ ମାସ ସମୟ ଲାଗିଛି । ୬୦୦ ଗ୍ରାମ ଉତମ ପାଟ ସୁତାରେ ବୁଣା ହୋଇଛି ଏହି ଶାଢ଼ୀ । ଏହି ଶାଢ଼ୀ ବୁଣିବା ପାଇଁ ପ୍ରହଲ୍ଲାଦଙ୍କୁ ତାଙ୍କ ପରିବାର ଲୋକ ସହଯୋଗ କରନ୍ତି । ସ୍ଥାନୀୟ ବଜାରରେ ଏହି ଶାଢ଼ୀର ଦାମ ୪୦ ହଜାର ଟଙ୍କା ରହିଥିବା ବେଳେ ଦେଶ ବିଦେଶରେ ମଧ୍ୟ ଏହାର ଚାହିଦା ବଢୁଛି । ଏହାକୁ କିଣିବାକୁ ଅର୍ଡର ଦେଉଥିବା କହିଛନ୍ତି ବୁଣାକାର ।

ସୁବର୍ଣ୍ଣପୁରର ବୁଣାକାର ମାନେ ସବୁବେଳେ କିଛି ନୂଆ କରିବାର ଇଛା କରିଥାଆନ୍ତି । ସରୁ ସୁତାରେ ସକ୍ଷ୍ମ କଳାକୃତି କରିବାରେ ସ୍ଥାନୀୟ ଶିଳ୍ପୀଙ୍କର ବେଶ ପ୍ରସିଦ୍ଧି ରହିଛି । କେତେବେଳେ ଗଣିତ ଶାଢୀ ତ ପୁଣି କେତେବେଳେ ଜ୍ୟାମିତି ଶାଢ଼ୀ ତିଆରି କରି ଚର୍ଚ୍ଚାକୁ ଆସିଥାଆନ୍ତି ଏହି ବୁଣାକାର । ଆଉ ଏବେ ବାନ୍ଧକଳା ଶିଳ୍ପୀ ପ୍ରହଲ୍ଲାଦ ମେହେରଙ୍କ ଗଂଜପା ଖେଳକୁ ନେଇ ପ୍ରସ୍ତୁତ ଶାଢ଼ୀ ଚର୍ଚ୍ଚାକୁ ଆସିଛି ।