ଲତା ମଙ୍ଗେସକରଙ୍କ ବିୟୋଗ : ସଙ୍ଗୀତ ଜଗତରେ ଶୋକର ଛାୟା

105

କନକ ବ୍ୟୁରୋ : ବଲିଉଡରେ ତାଙ୍କ ସ୍ୱର ସମସ୍ତଙ୍କ ହୃଦୟ ଜିତିଥିବା କୋକିଳ କଣ୍ଠୀ ଲତା ମଙ୍ଗେସକର ଆଉ ଏହି ଦୁନିଆରେ ନାହାଁନ୍ତି । ମୁମ୍ବାଇର ବ୍ରିଚ୍ କ୍ରାଣ୍ଡି ହସ୍ପିଟାଲରେ ଲତା ମଙ୍ଗେକରଙ୍କ ଦେହାନ୍ତ ହୋଇଛି । ୯୨ବର୍ଷ ବୟସରେ ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସକାଳ ୮ଟା ୧୨ରେ ଦେହାନ୍ତ ନେଇ ସୂଚନା ମିଳିଛି । ୨୯ଦିନ ହେଲା ଭେଣ୍ଟିଲେଟରରେ ଥିଲେ ଲତା ମଙ୍ଗେସକର । ଜାନୁଆରୀ ୮ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ସହିତ ନିମୋନିଆରେ ଲତା ପୀଡିତ ଥିଲେ ।

ତେବେ ଲତାଙ୍କ ବିୟୋଗ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । କୈଳାଶ ଖେର୍ କହିଛନ୍ତି, ଇଶ୍ୱରଙ୍କ ଆର୍ଶୀବାଦ ଥିଲେ ଲତା ଦିଦି । ମୁଁ ବହୁତ ଗର୍ବିତ କି, ଲତା ଦିଦିଙ୍କ ଯୁଗରେ ମୁଁ ଜନ୍ମ ନେଇଛି । ତାଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟର ଦିନ ଥିଲା ।

ରବି କିଷନ କହିଛନ୍ତି, ପୂରା ସିନେମା ଜଗତ ଆଜି ଅନାଥ ହୋଇଗଲା… ତା’ ମାଆକୁ ହରାଇଲା । ସିନେମା ଜଗତ ପାଇଁ ଆଜିର ଦିନ ସବୁଠୁ ବଡ କଳା ଦିନ  ।

ମଧୁର ଭଣ୍ଡାରେକର କହିଛନ୍ତି , ପ୍ରତି ୧୫ ଦିନରେ ଲତା ଦିଦିଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲା । ଲତା ଦିଦି ଚାଲିଗଲେ ମତେ ବହୁତ କଷ୍ଟ ହେଉଛି, ମୋ ପାଇଁ ବହୁତ ବଡ କ୍ଷତି ।

ଲତାଙ୍କ ବହୁତ ମଧୁର ସ୍ୱର ଥିଲା… ମୋର ସୌଭାଗ୍ୟ ଥିଲା କି ମତେ ତାଙ୍କ ସହ କାମ କରିବାର ସୁଯୋଗ ମିଳିଥିଲା ବୋଲି କହିଛନ୍ତି ହେମା ମାଳିନୀ ।

କେବଳ ହିନ୍ଦୀ ସିନେମା ଦୁନିଆ ନୁହେଁ ବରଂ ଓଡିଆ ଇଣ୍ଡଷ୍ଟ୍ରିରେ ଶୋକରା ଛାୟା ଖେଳିଯାଇଛି । ଗୀତିକାର ଅଭିଜିତ୍ ମଜୁମଦାର କହିଛନ୍ତି ଲତା ମଙ୍ଗେସକର ଚାଲିଗଲେନି ଯେ ଏକ ମହାଯୁଗର ଅବସାନ ଘଟିଲା । ସେ ସମସ୍ତଙ୍କ ପାଇଁ ଆଦର୍ଶ ଓ ପ୍ରେରଣା ଥିଲେ ।

ଲତାଙ୍କ ଅମର ଗୀତ ରହିଥିଲା, ରହିଛି, ରହିବ । ପିଢି ପରେ ପିଢି ତାଙ୍କୁ ମନେପକାଇବେ । ସମଗ୍ର ବିଶ୍ୱ ପାଇଁ ଉଦାହରଣ ଥିଲେ ଲତା ମଙ୍ଗେସକର : ଲକ୍ଷ୍ମୀକାନ୍ତ ପଲିତ୍