ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନରେ ବାହାରିଛି ବିଶାଳ ରାଲ: ମେରିଲ୍ୟାଣ୍ଡରେ ଶୁଭିଲା ଅବ କି ବାର ଚାରଶୋ ପାର

482

କନକ ବ୍ୟୁରୋ: ଆମେରିକାରେ ଶୁଭିଲା ଅବ କି ବାର ଚାରଶୋ ପାର । ଅବକି ବାର ମୋଦୀ ସରକାର । ଆମେରିକା ମେରିଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନରେ ବାହାରିଛି ବିଶାଳ ରାଲି । ମେରିଲ୍ୟାଣ୍ଡର ଶିଖ କମ୍ୟୁନିଟି ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଇଛି । ବିଜେପି ଦଳୀୟ ପତାକା ଲଗାଯାଇଥିବା କାର ୨୦ କିଲୋମିଟର ଧରି ରାଲି କରିଛନ୍ତି । ଏଥିରେ ସାମିଲ ପ୍ରବାସୀ ଭାରତୀୟ ମୋଦୀଙ୍କ ସମର୍ଥନରେ ସ୍ଲୋଗାନ ଦେଇଛନ୍ତି । ରାଲିରେ ପ୍ରାୟ ୨ଶହ କାର ସାମିଲ ହୋଇଥିଲେ । ତେବେ ଏହି ଭିଡିଓ ଦେଖିବା ପରେ ଗୋଟିଏ କଥା କୁହାଯାଉଛି କେବଳ ଦେଶରେ ନୁହେଁ ସାତଦରିଆ ପାରିରେ ବି ରହିଛି ମୋଦୀ କ୍ରେଜ । ନିର୍ବାଚନ ସମୟରେ ଏହା ପ୍ରଭାବ କେବଳ ଦେଶ ଭିତରେ ନୁହେଁ ବିଦେଶୀ ରାଷ୍ଟ୍ରରେ ମଧ୍ୟ ଦେଖିବାକୁ ମିଳୁଛି ।