ଅରୁଣାଚଳ ପ୍ରଦେଶକୁ ନେଇ ଚୀନ ଖେଳୁଛି ଚାଲ । ପୁଣିଥରେ ନାମ ପରିବର୍ତ୍ତନ କରି ଜାରି କଲା ସୂଚୀ ।

157

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶକୁ ନେଇ ଚୀନ ଖେଳୁଛି ଚାଲ । ପୁଣିଥରେ ଅରୁଣାଚଳର କିଛି ସ୍ଥାନ ବଦଳାଇ ଡ୍ରାଗନ ଜାରି କଲା ନୂଆ ସରକାରୀ ସୂଚୀ । ଯେଉଁଥିରେ ରାଜ୍ୟର ୩୦ଟି ନାଁ ପରିବର୍ତ୍ତନ କରି ନୂଆ ଚାଲ ଖେଳିଛି ଚୀନ । ସୂଚନା ଅନୁସାରେ ତାଲିକାରେ ଅରୁଣାଚଳର କିଛି ପର୍ବତ, ନଦୀ, ଓ ସ୍ଥାନର ନାଁ ପରିବର୍ତ୍ତନ କରି ସୂଚୀ ଜାରି କରିଛି ଡ୍ରାଗନ । ଚୀନ ସିଭିଲ ମିନିଷ୍ଟର ଆଫାୟାରର୍ସ ଏହି ସୂଚୀ ଜାରି କରିଛି । ଏଥିସହ ଦେଶର ୱେବସାଇଟରେ ମଧ୍ୟ ନୂଆ ନାଁ ସ୍ଥାନ ପାଇଛି । ଚୀନ, ରୋମାନ ଓ ତିବତ୍ ଭାଷାରେ ନାଁ ଗୁଡିକ ପ୍ରକାଶ କରାଯାଇଛି । ୭ବର୍ଷ ମଧ୍ୟରେ ୪ଥର ଏଭଳି କରି ପୁଣି ଭାରତ ସହ ଥିବା ବିବାଦରେ ନିଅାଁ ଲଗାଇଛି ଚୀନ । ୨୦୧୩ରେ ୧୧ଟି, ୨୦୨୧ ରେ ୧୫ଟି ଓ ୨୦୧୭ରେ ୬ଟି ସ୍ଥାନର ପରିବର୍ତନ କରିଥିଲା ଚୀନ । ତେବେ ୪ର୍ଥ ତାଲିକାକୁ ମେ ୧ରୁ କାର୍ଯ୍ୟକାରୀ କରାଯିବ ବୋଲି ଚୀନ ସରକାର କହିଛନ୍ତି ।