ଲୋକସଭାରେ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା । ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ୱବିଦ୍ୟାଳୟ 

215

କନକ ବ୍ୟୁରୋ: ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ୱବିଦ୍ୟାଳୟ । ଲୋକସଭାରେ ବଜେଟ୍ ଉପସ୍ଥାପନ ବେଳେ ଏନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାଙ୍କ କହିବା ମୁତାବକ କୋଭିଡ କାଳରେ ପାଠପଢା ବହୁତ କ୍ଷତି ହୋଇଛି । ଏହାକୁ ଆଖି ଆଗରେ ରଖି ଏବେ ଗୋଟିଏ କ୍ଲାସ ଗୋଟିଏ ଟିଭି ଚ୍ୟାନେଲକୁ ୧୨ରୁ ବୃଦ୍ଧି କରାଯାଇ ୨୦୦ କରାଯିବ । ଏଥିସହିତ ଦେଶରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ  । ତା ସହିତ ମାନସିକ ସମସ୍ୟାର ମୁକାବିଲା ପାଇଁ ନ୍ୟାସନାଲ ଟେଲିମେଣ୍ଟାଲ ହେଲଥ୍ ପୋଗ୍ରାମ ମଧ୍ୟ ଆରମ୍ଭ କରାଯିବ ।

ଅନ୍ୟପଟେ ଦେଶରେ ୨ ଲକ୍ଷ ଅତ୍ୟାଧୁନିକ ଅଙ୍ଗନବାଡି କେନ୍ଦ୍ର ତିଆରି ହେବ । ପିଏମ୍ ଇ-ବିଦ୍ୟା ପାଇଁ ୨ ଶହ ନୂଆ ଚ୍ୟାନେଲ ଆରମ୍ଭ ହେବ । ତା ସହିତ ସ୍କୁଲର ସବୁ ଶ୍ରେଣୀଗୃହରେ ଲାଗିବ ଟିଭି  ଏବଂ ଆଇଟିଆଇ ପିଲାଙ୍କୁ ଡ୍ରୋନ୍ ଟ୍ରେନିଂ ଦିଆଯିବ ବୋଲି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ଅନ୍ୟପଟେ ଅର୍ଥମନ୍ତ୍ରୀଙ୍କ କହିବା ଅନୁସାରେ ଖୁବଶୀଘ୍ର ଆସିବ ଏଲଆଇସିର ଆଇପିଓ । ତା ସହିତ ଆଗାମୀ ୨୫ ବର୍ଷ ପାଇଁ ବଜେଟରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

ତେବେ ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନୂଆ ଚାକିରି ଦିଆଯିବ ଏବଂ ୩୦ ଲକ୍ଷ ଅତିରିକ୍ତ ନିଯୁକ୍ତ ଆମର ଲକ୍ଷ୍ୟ ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସେପଟେ ଆଗାମୀ ଆର୍ଥିକ ବର୍ଷରେ ଆର୍ଥିକ ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି । ଦେଶର ଏତେବଡ ଅର୍ଥ ବ୍ୟବସ୍ଥାରେ ଏହା ସବୁଠୁ ଅଧିକ ଅଠେ । ଅନ୍ୟପଟେ ଭାରତ ନିଜର ବିକାଶ ଯାତ୍ରା ଜାରି ରଖିଛି ବୋଲି ଅର୍ଥମନ୍ତ୍ରୀ ଲୋକସଭାରେ କହିଛନ୍ତି ।