ମଣିଷର ତୀର ମାଡ଼ରେ ବୁଲା ଷଣ୍ଢ ଗୁରୁତର: ବିଲର ଫସଲ ଖାଇଦେବାରୁ ଷଣ୍ଢକୁ ତୀରରେ ଆକ୍ରମଣ

170

କନକ ବ୍ୟୁରୋ: ନୃଶଂସ ମଣିଷର ନାରକୀୟ କାଣ୍ଡ । ବିଲର ଫସଲ ଖାଇଦେବାରୁ ନିରୀହ ଜୀବକୁ ତୀରରେ କଲା ଆକ୍ରମଣ । ମଣିଷର ତୀର ମାଡ଼ରେ ବୁଲା ଷଣ୍ଢ ଗୁରୁତର । କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଛି ନୀରିହ ଷଣ୍ଢ । ଆନନ୍ଦପୁର ଘଷିପୁରା ଥାନା ଅନ୍ତର୍ଗତ ପଦନପୁର ଗାଁରେ କିଛି ଗ୍ରାମବାସୀ ଷଣ୍ଢ ଦେହରେ ତୀର ଲାଗିଥିବା ଦେଖି ଷଣ୍ଢଟିକୁ ଉଦ୍ଧାର କରିଛନ୍ତି । ଗାଁଲୋକ ସ୍ଥାନୀୟ ଡାକ୍ତରଙ୍କୁ ଡାକିଥିଲେ । ୫ଘଂଟା ଅପରେସନ ପରେ ଷଣ୍ଢ ଦେହରୁ ୩ଟି ତୀର ବାହାରି ଥିଲା ।ଷଣ୍ଢ ଦେହର ୭ଟି ସ୍ଥାନରେ କ୍ଷତ ହୋଇଥିଲା ତାକୁ ଚିକିତ୍ସା କରାଯାଇଛି । ଚିକିତ୍ସା ପରେ ଷଣ୍ଢର ଅବସ୍ଥାରେ ସୁଧାର ଆସିଥିଲା ।