ଯନ୍ତ୍ରଣାରେ ଛଟପଟ ହେଉଛି ୯ ମାସର ଶିଶୁକନ୍ୟା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ୪ଥର ଅପରେସନ ପରେ ବି ସୁଧୁରନି ସ୍ୱାସ୍ଥ୍ୟବସ୍ଥା

153

କନକ ବ୍ୟୁରୋ: ଯନ୍ତ୍ରଣାରେ ଛଟପଟ ହେଉଛି ୯ ମାସର ଶିଶୁକନ୍ୟା ଶ୍ରେୟାଂଶି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ରୁଷ ଗାଁର ସହଦେବ ସାହୁଙ୍କ ୯ ମାସର ଶିଶୁ କନ୍ୟା । ଜନ୍ମ ହେବାର ୭ ଦିନ ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ଖାଦ୍ୟ ଖାଇନଥିଲା ଶ୍ରେୟାଂଶି । ଡାକ୍ତରଙ୍କୁ ଦେଖାଇବା ପରେ ଶିଶୁ କନ୍ୟା ଜଣକ ସିଷ୍ଟିକ ହାଇଗ୍ରୋମା ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ । ଡାକ୍ତର ଶିଶୁ କନ୍ୟାର ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ । ୪ ଥର ଅପରେସନ ମଧ୍ୟ ହୋଇଥିଲା ହେଲେ କିଛି ସୁଫଳ ମିିଳିଲା ନାହିଁ ବରଂ ଶିଶୁ କନ୍ୟାଟି ଅଧିକ ଅସୁସ୍ଥ ହୋଇପଡ଼ିଥିଲା ।

ଅପରେସନ ପରେ ଶିଶୁ କନ୍ୟାର ଜିଭ ବାହାରକୁ ବାହାରି ରହିବା ସହିତ ଖାଦ୍ୟ ଖାଇପାରିନଥିଲା । ଖାଦ୍ୟ ଖାଇବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ସୁବିଧା ହେବାକୁ ଡାକ୍ତର ଶିଶୁକନ୍ୟାର ପେଟ ଓ ବେକରେ ଏକ ଛିଦ୍ର କରିଥିଲେ । ଏବେ ଶିିଶୁକନ୍ୟାର ଚିକିତ୍ସା ପାଇଁ ୫ଟି ଇଞ୍ଜେକ୍ସନ ଦରକାର । ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା । ଶିଶୁକନ୍ୟାର ଚିକିତ୍ସା ପାଇଁ ପ୍ରତି ସପ୍ତାହରେ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପରିବାର ହାତରେ ଟଙ୍କାଟିଏ ବି ନାହିଁ । ଝିଅର ଚିକିତ୍ସା ପାଇଁ ସାହାଯ୍ୟ ଯୋଗାଇଦେବାକୁ ପରିବାର ଲୋକେ ସରକାରଙ୍କୁ ଗୁହାରି କରିଛନ୍ତି । ଆପଣ ଯଦି ଶିଶୁଟିର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ତାଙ୍କ ପରିବାରକୁ ଫୋନ ପେ’, କିମ୍ବା ଗୁଗୁଲ ପେ’ ସାହାଯ୍ୟରେ ଟଙ୍କା ସାହାଯ୍ୟ କରିପାରିବେ । ନଚେତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଟଙ୍କା ପଠାଇପାରିବେ ।