ଦେଶର ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ । ଜାଣନ୍ତୁ, ଗ୍ରାହକଙ୍କୁ କଣ ମିଳିବ ସୁବିଧା

324

କନକ ବ୍ୟୁରୋ : ଦେଶର ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ବା ଡିବିୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହାର ଉଦଘାଟନ ହୋଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଉଦଘାଟନ ଅବସରରେ ଉପସ୍ଥିତ ଅଛନ୍ତି । ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ଆହୁରି ବ୍ୟାପକ କରିବାକୁ ଏହା ଏକ ପଦକ୍ଷେପ ବୋଲି କୁହାଯାଉଛି ।
୧୧ ରାଷ୍ଟ୍ରାୟତ ବ୍ୟାଙ୍କ, ୧୨ ବେସରକାରୀ ବ୍ୟାଙ୍କ ଓ ଗୋଟିଏ କ୍ଷୁଦ୍ର ବାଣିଜ୍ୟିକ ବ୍ୟାଙ୍କ ଏହି ପ୍ରୟାସରେ ସାମିଲ ହୋଇଛନ୍ତି । ଡିବିୟୁରେ ସଂଚୟ ଖାତା, ବାଲାନ୍ସ ଚେକ୍, ଫଣ୍ଡ ଟ୍ରାନ୍ସଫର, ଋଣ ଆବେଦନପତ୍ର ଆଦି ବିଭିନ୍ନ ଡିଜିଟାଲ ବ୍ୟାଙ୍କିଙ୍ଗ ସୁବିଧା ଗ୍ରାହକମାନଙ୍କୁ ପ୍ରଦାନ କରାଯିବ ।