ବିରୋଧ ଭିତରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ : ନିଷ୍ପତ୍ତି ଉପରେ ସାରା ବିଶ୍ୱର ନଜର

177

କନକ ବ୍ୟୁରୋ: ବିରୋଧ ଭିତରେ ଚୀନରେ କମ୍ୟୁନିଷ୍ଟ ପାର୍ଟିର ବଡ଼ ବୈଠକ । ଏହି ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆହେବାର ସୂଚନା ରହିଛି, ଯାହା ଉପରେ ରହିଛି ସମସ୍ତଙ୍କ ନଜର । ଅନ୍ୟପଟେ ରାଷ୍ଟ୍ରପତି ସି ଜିନପିଙ୍ଗ ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ରାଜଧାନୀ ବେଜିଂରେ ଆରମ୍ଭ ହୋଇଛି ଚିନ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଜାତୀୟ କଂଗ୍ରେସ । ଏହା ୭ଦିନ ପର୍ଯ୍ୟନ୍ତ ଅର୍ଥାତ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚୀନ୍ରେ ହେବାକୁ ଥିବା ନିର୍ବାଚନ ଓ ଏହା ପାଇଁ ଜିନପିଙ୍ଗଙ୍କୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରସ୍ତୁତ ହେଉଛି କମ୍ୟୁନିଷ୍ଟ ପାର୍ଟି । ନିର୍ବାଚନ ପୂର୍ବରୁ ୨୦ତମ କଂଗ୍ରେସ ମହାଅଧିବେଶନ ଆରମ୍ଭ ହୋଇଛି । ୨ହଜାର ୨୯୬ ନିର୍ବାଚିତ ପ୍ରତିନିଧି ବୈଠକରେ ସାମିଲ ହେବେ । ଏହି ସମ୍ମିଳନୀରେ ଚୀନର ନୂଆ ନେତମାନଙ୍କ ସର୍ମ୍ପକରେ ଘୋଷଣା କରାଯିବାର ସୂଚନା ରହିଛି । ଏହି ବୈଠକରେ ୩ ପ୍ରମୁଖ ନିଷ୍ପତ୍ତିି ନିଆଯିବାର ଅଛି । ଯାହା ଉପରେ ସାରା ବିଶ୍ୱର ନଜର ରହିଛି । ଏକଥା ମଧ୍ୟ ଶୁଣିବାକୁ ମିଳୁଛି କି ନୂଆ ରାଷ୍ଟ୍ରପତି ଘୋଷଣା ହେବା ପୂର୍ବରୁ କମ୍ୟୁନିଷ୍ଟ ପାର୍ଟିର କ୍ୟାବିନେଟରେ ବଡ ଧରଣର ଅଦଳବଦଳ ହୋଇପାରେ ।
ରାଷ୍ଟ୍ରପତି ସି ଜିନପିଙ୍ଗ ପୁଣି ଥରେ ଚୀନର ରାଷ୍ଟ୍ରପତି ହେବା ଏକପ୍ରକାର ସ୍ଥିର ହୋଇସାରିଛି । ଯଦି ଏହା ହୁଏ ତେବେ କ୍ରମାଗତ ୩ଥର ପାଇଁ ଜିନପିଙ୍ଗଙ୍କ ହାତରେ ଚୀନର ଶାସନ ଡୋରୀ ରହିବ ।

ଚର୍ଚ୍ଚା ହେଉଛି କି ମହାସଚିବ ଓ ରାଷ୍ଟ୍ରପତି ହେବା ପରେ ସି ଜିନପିଙ୍ଗ ଚୀନର କମ୍ୟୁନିଷ୍ଟ ପାର୍ଟି ଓ ଦେଶର କ୍ଷମତା ଉପରେ ନିଜର ନିୟନ୍ତ୍ରଣ ଅଧିକ ମଜବୁତ ହେବ । ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଚାଲିଛି । ଏହା ଭିତରେ ଜିନପିଙ୍ଗ ଯଦି ପୁଣି ଥରେ ରାଷ୍ଟ୍ରପତି ହୁଅନ୍ତି ତେବେ ଭାରତ ପାଇଁ ଏହା ସତର୍କ ଘଟିଂ ହେବ । ବୈଠକ ପାଇଁ ଚୀନର ରାଜଧାନୀ ବେଜିଂରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । କୋଭିଡ ସମୟରେ ଚୀନ ସରକାର ଯେଉଁଭଳି ନୀତି ଆପଣାଇଥିଲେ ତାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଆକ୍ରୋଶ ଏବେ ବି ରହିଛି । କେବଳ ସେତିକି ନୁହେଁ ଜିନପିଙ୍ଗ ସରକାରଙ୍କ ବିରୋଧରେ ଅସନ୍ତୋଷ ବାରମ୍ବାର ଦେଖିବାକୁ ମିଳିଛି । କିଛି ସ୍ଥାନରେ ରାଷ୍ଟ୍ରପତି ପଦରୁ ଜିନପିଙ୍ଗଙ୍କୁ ହଟେଇବାକୁ ଦାବି ମଧ୍ୟ ହେଉଛି