କ୍ଷେତରେ ଫଳିଛି ସୁନାର ଫସଲ । ଏକର ଏକର ଚାଷ ଜମିରେ ୭୦ କିସମର ଫଳିଛି ଧାନ ।

80

କନକ ବ୍ୟୁରୋ: କ୍ଷେତରେ ଫଳିଛି ସୁନାର ଫସଲ । ଲହଡି ଭାଙ୍ଗୁଛି ଧାନର କେଣ୍ଡା । ଏକର ଏକର ଚାଷ ଜମିରେ ୭୦ କିସମର ଫଳିଛି ଧାନ । ପ୍ରାୟ ୧୦ ଏକର ଜମିରେ ଏହି ଧାନ ଚାଷ ହୋଇଛି । ପୁରୀ ନିମାପଡା ଅରିଷଣ୍ଢ ପଞ୍ଚାୟତରେ ଜଣେ ଯୁବ ବୈଜ୍ଞାନିକ ଶୁଭାଶିଷ ବଳ ନିଜ ପ୍ରାୟସରେ କରିଛନ୍ତି ଭିନ୍ନ ଭିନ୍ନ କିସମର ଚାଷ । ଧାନ ଚାଷର ଏହି ନୂଆ ପ୍ରୟୋଗଶାଳାର ନାଁ ରଖିଛନ୍ତି ‘କ୍ରପ୍ କାଫେଟେରିଆ’ ବା ଫସଲ ବାଟିକା ।

ଏହି ଧାନ ସବୁ ବାସ୍ନା ଯୁକ୍ତ ଓ ପୁଷ୍ଟିକର । ଏଥିରେ ରହିଛି ନ୍ୟୁକଳାଜିରା, ମନିଗାମିନି, ଧୁସରା ଆଦି ୭୦ ପ୍ରଜାତିର । ଯେଉଁଥିରେ ଆଇରନ୍ , ପ୍ରୋଟିନ୍ , ଜିଙ୍କ୍ ଭଳି ପୋଷକ ତତ୍ତ୍ୱ ରହିଛି । ମଧୁମେହ, କ୍ୟାନସରରୁ ନେଇ ବିଭିନ୍ନ ସମସ୍ୟା ଭୋଗୁଥିବା ମହିଳାଙ୍କ ପାଇଁ ଏହା ଯେମିତି ସଞ୍ଜିବନୀ ସଦୃଶ ହୋଇଛି । ପ୍ରଥମେ ପଞ୍ଜାବରେ ଏହି ଚାଷ କରି ସଫଳତା ପାଇବା ପରେ ଏବେ ନିଜ ଗାଁରେ ଚାଷ କରିଛନ୍ତି ଶୁଭାଶିଷ । ଏହିଭଳି ଚାଷକୁ ବ୍ୟବସାୟ ଉଦ୍ଦେଶ୍ୟରେ କରିହେବ । ଆଗକୁ ଏହି ପଦ୍ଧତିରେ ଚାଷ କରିଲେ ଚାଷୀ ମାନେ ବେଶ ସଫଳତା ପାଇପାରିବେ ବୋଲି ସେ କହିଛନ୍ତି ।