ହୈତେ ପ୍ରାନ୍ତରେ ଭୂକମ୍ପ ଝଟକା ଅନୁଭୂତ । ୬ଜଣଙ୍କ ମୂତ୍ୟୁ. ୩ଶହରୁ ଅଧିକ ଆହତ

73

କନକ ବ୍ୟୁରୋ : ପୁଣି ଥରେ ଭୂମିକମ୍ପରେ ଥରିଲା ତୁର୍କୀ । ରେକ୍ଟର ସ୍କେଲରେ ଭୁକମ୍ପର ତ୍ରୀବତା ୬.୪ ରେକର୍ଡ କରାଯାଇଛି । ତୁର୍କୀର ହୈତେ ପ୍ରାନ୍ତରେ ଅନୁଭୂତ ହୋଇଛି ଏହି ଭୂମିକମ୍ପ । ଘଟଣାରେ ୬ଜଣଙ୍କ ମୃତ୍ୟୁ ହେବା ସହ ୩ଶହରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ସୋମବାର ବିଳମ୍ବିତ ରାତିରେ ତୁର୍କୀ ଓ ସିରିଆ ସୀମାନ୍ତ ଅଂଚଳରେ ଏହି ଭୂମିକମ୍ପ ଅନୂଭତ ହୋଇଥିଲା । ହୈତେଠୁ ୨କିଲୋମିଟର ଦୂରରେ ରହିଛି ଭୁକମ୍ପର କେନ୍ଦ୍ରସ୍ଥଳ । ଝଟକା ଏତେ ଜୋରେ ଥିଲା କି ବିଦ୍ୟି୍ୟୁତ ହଠାତ ବନ୍ଦ ହେବା ସହ ଘରଦ୍ୱରା ଭାଙ୍ଗିବା ଓ ଯାନବାହନ ଜୋରର ଦୋହଲିବା ଭିଡିଓ ସାମ୍ନକାୁ ଆସିଛି । ଫେବ୍ରୁଆରୀ ୬ ତାରିଖରେ ତୁର୍କୀ-ସିର୍ରିାରେ ହୋଇଥିବା ବିନାଶକାରୀ ଭୂମିମ୍ପ ଏପର୍ଯ୍ୟନ୍ତ ୪୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ବାହସହରା ହବା ସହ ବିରାଟ ବଡ କ୍ଷତି ସହିଛନ୍ତି ଉଭୟ ସିରିଆ ଓ ତୁର୍କୀ ।