୧୨ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ଭିନିଲ କ୍ରିଷ୍ଣା : ୨୦୧୧ ମସିହାରେ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ ତକ୍ରାଳୀନ ଜିଲ୍ଲାପାଳ

516

କନକ ବ୍ୟୁରୋ : ୧୨ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ପାଦ ଥାପିଲେ ଭିନିଲ କ୍ରିଷ୍ଣା । ୨୦୧୧ ଫେବ୍ରୁଆରୀ ମାସରେ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା । ଏହାର ୧୨ ବର୍ଷ ପରେ ଏବେ ପୁଣି ଥରେ ସେ ମାଲକାନଗିରିରେ ପହଞ୍ଚିଛନ୍ତି । ଫାଇଭ୍-ଟି ସଚିବଙ୍କ ସହ ମାଲକାନଗିରି ଗସ୍ତରେ ଅଛନ୍ତି ବର୍ତ୍ତମାନର କ୍ରୀଡା ସଚିବ ଆର ଭିନିଲ କ୍ରିଷ୍ଣା । ଫାଇଭ୍-ଟି ସଚିବଙ୍କ ସହ ସ୍ୱାଭିମାନ ଅଞ୍ଚଳକୁ ଯାଇ ବିନା ବାଧା ବିଘ୍ନରେ ଗାଁକୁ ଗାଁ ବୁଲିଥିଲେ ।

ହେଲେ ୨୦୧୧ ମସିହାର ଘଟଣାକୁ ଏପର୍ଯ୍ୟନ୍ତ ଲୋକେ ଭୁଲି ନାହାନ୍ତି । ମାଲକାନଗିରି ଜିଲ୍ଲାପାଳ ଥିବା ଭିନିଲ କ୍ରିଷ୍ଣାଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ । ଏହା ରାଜ୍ୟ କାହିଁକି ସାରା ଦେଶରେ ପ୍ରମୁଖ ଖବର ପାଲଟିଥିଲା । ଜନତାପାଇ ଘାଟରୁ ଜିଲ୍ଲାପାଳଙ୍କୁ ଅପହରଣ କରିନେଇଥିଲେ ଲାଲବାହିନୀ । ସରକାରୀ କାମରେ ଯାଉଥିବା ବେଳେ ମାଓବାଦୀଙ୍କ କବଳରେ ପଡିଯାଇଥିଲେ । ଆଖିରେ କଳା ପଟି ବାନ୍ଧି ଭିନିଲ କ୍ରିଷ୍ଣାଙ୍କୁ ନେଇ ଯାଇଥିଲେ ମାଓବାଦୀ । ଏବେ ଭିନିଲ କ୍ରିଷ୍ଣା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିବା ପରେ ଲୋକଙ୍କ ମନରେ ପୁଣି ସେହି ଘଟଣା ଉଜ୍ଜିବୀତ ହୋଇଛି ।