ଝାଡ଼ଖଣ୍ଡରରେ ମାଓବାଦୀଙ୍କ ତାଣ୍ଡବ! ବାଇକରେ ଆସି ଆଖିବୁଜା ଗୁଳି ବର୍ଷା କଲେ, ୫ ଯବାନ ସହିଦ ।

161

କନକ ବ୍ୟୁରୋ: ପହିଲି ରଜରେ ଝାଡଖଣ୍ଡରୁ ଆସିଲା ଅଶୁଭ ଖବର । ଝାଡଖଣ୍ଡର ସଢ଼େଇକଳାରେ ମାଓବାଦୀଙ୍କ ଆକ୍ରମଣରେ ୫ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ମାଓବାଦୀମାନେ ବାଇକରେ ଆସି ପୋଲିସ ଗାଡ଼ିକୁ ଅତର୍କିତ ଭାବରେ ଗୁଳି ଚାଳନା କରିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ୨ ଏଏସଆଇ ଏବଂ ୩ କନଷ୍ଟେବଳ ସହିଦ ହୋଇଛନ୍ତି ।

ତିରୁଲଡ଼ିହର କୁକୁଡହୁ ସପ୍ତାହିକ ହାଟରୁ ଫେରୁଥିବା ସମୟରେ ପୋଲିସ ଗାଡ଼ିକୁୁ ବାଇକ୍ରେ ଆସି ଆଖିବୁଜା ଗୁଳି ଚଳାଇଥିଲେ ମାଓବାଦୀ । ପାଲଟା ଜବାବରେ କିଛି ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ, ଏବଂ ତାହା ମାଓବାଦୀଙ୍କ ଦେହରେ ବାଜିଥିବା ଜଣାପଡ଼ିଛି ।