ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ । ପୁଅ ଆଗରେ, ଝିଅ ପଛରେ । ଅଲ୍ ଇଣ୍ଡିଆ ଟପ୍ପର ହେଲେ କାର୍ତିକେୟ ଗୁପ୍ତା ।

213

କନକ ବ୍ୟୁରୋ : ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ରେଜଲ୍ଟ । ମହାରାଷ୍ଟ୍ରର କାର୍ତିକେୟ ଗୁପ୍ତା ଚନ୍ଦ୍ରେଶ ୩୭୨ ନମ୍ବରରୁ ୩୪୬ ନମ୍ବର ରଖି ଟପ୍ପର ହୋଇଛନ୍ତି । ସେହିପରି ବମ୍ବେ ଜୋନର ସବନମ୍ ସହାୟ, ଝିଅଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ଏସସି ବର୍ଗରେ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି ଭୁବନେଶ୍ୱରର ସମ୍ବିତ ବେହେରା । ଏହା ସହ ଖଡଗପୁର ଜୋନର ୫ ନମ୍ବର ଟପ୍ପର ହୋଇଛନ୍ତି ଓଡ଼ିଆ ପୁଅ ସାୟନ୍ତନ ଧର ।

କାର୍ତିକେୟ ଗୁପ୍ତା ଚନ୍ଦ୍ରେଶ । ଜେଇଇ ଆଡଭାନ୍ସର ସର୍ବଭାରତୀୟ ଟପ୍ପର । ମହାରାଷ୍ଟ୍ରର କାର୍ତିକେୟ ଗୁପ୍ତା ୩୭୨ ନମ୍ବରରୁ ୩୪୬ ନମ୍ବର ରଖି ଏହି କୃତିତ୍ୱ ହାସଲ କରିଛନ୍ତି । ସେହିପରି ବମ୍ବେ ଜୋନର ସବନମ୍ ସହାୟ, ଝିଅଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ସବନମ୍ ୩୦୮ ନମ୍ବର ରଖି ଏହି ସଫଳତା ପାଇଛନ୍ତି । ଓଡ଼ିଶା ପାଇଁ ଖୁସି ଖବର ହେଲା ଏସସି ବର୍ଗରେ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି ଭୁବନେଶ୍ୱରର ସମ୍ବିତ ବେହେରା । ତେବେ ତାଙ୍କର ଅଲ୍ ଇଣ୍ଡିଆ ର‌୍ୟାଙ୍କ୍ ହେଉଛି ୪୫ ।

ସେହିପରି ଖଡଗପୁର ଜୋନର ୫ ନମ୍ବର ଟପ୍ପର ହୋଇଛନ୍ତି ଓଡ଼ିଆ ପୁଅ ସାୟନ୍ତନ ଧର । ସାୟନ୍ତନଙ୍କ ସର୍ବଭାରତୀୟ ର‌୍ୟାଙ୍କ୍ ହେଉଛି ୫୧ । ସାରାଦେଶରେ ଜେଇଇ ଆଡଭାନ୍ସ ପରୀକ୍ଷା ଦେଇଥିଲେ ୧ ଲକ୍ଷ ୬୧ ହଜାର ୩୧୯ ଜଣ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ମାତ୍ର ୩୮ ହଜାର ୭୦୫ ଜଣ ପରୀକ୍ଷାର୍ଥୀଙ୍କୁ ସଫଳତା ମିଳିଛି । ସଫଳ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୩ ହଜାର ୩୪୯ ଜଣ ପୁଅ ଓ ୫ ହଜାର ୩୫୬ ଜଣ ଝିଅ ରହିଛନ୍ତି । ପୁଅଙ୍କ ତୁଳନାରେ ବହୁ ପଛରେ ପଡ଼ି ଯାଇଛନ୍ତି ଝିଅ ।