ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଶେଷ ହେଲା ତିନି ରଥର ୪୨ଟି ଗୋଲେଇ ତୁମ୍ବରେ ସୁତା ବାଡିଆ କାର୍ଯ୍ୟ

116

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ବର୍ତମାନ ସୁଦ୍ଧା ତିନି ରଥର ୪୨ଟି ଗୋଲେଇ ତୁମ୍ବରେ ସୁତା ବାଡିଆ କାର୍ଯ୍ୟ ଶେଷ ହୋଇଛି । ଗତକାଲି ୯ଟି ଗୋଲେଇ ତୁମ୍ବରେ ସୁତା ବାଡିଆ କାର୍ଯ୍ୟ ତଳି ମହାରଣା ଓ ସୂତାର ମହାରଣାଙ୍କ ଦ୍ୱାରା ଶେଷ କରାଯାଇଛି ।

ଅନ୍ୟପଟେ ଆଜି କରତି ସେବକମାନେ ତିନି ରଥର ଗୋଟି ତୁମ୍ବର ଘେରି କାଟି ଯୋଗାଇଛନ୍ତି । ଏହା ସହ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତିନି ରଥର ଓଝା ବା କମାର ସେବକମାନେ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।